ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

Sep 21, 2025 - 05:51
 0  25
ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୦.୯.୨୦୨୫ ରିଖ: ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ସମୟକୁ "ସେବା ପର୍ବ " ଭାବେ ସାରା ଦେଶରେ ପାଳନ କରାଯାଉଅଛି ! ସେହିପରି ,ଓଡିଶାରେ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଏବଂ ସଂସ୍କୃତି ବିଭାଗ,ଓଡିଶା ସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବୃତ୍ତିଗତ ଚିତ୍ରକାର ମାନଙ୍କୁ ନେଇ ଅନୁଷ୍ଠିତ ହେଉଅଛି ! ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ, ନବରଙ୍ଗପୁର ଦ୍ଵାରା ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ବୃତ୍ତିଗତ ଚିତ୍ରକାର ମାନଙ୍କୁ ନେଇ ସ୍ଥାନୀୟ ନବରଙ୍ଗପୁର ନୋଡାଲ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରତିଯୋଗିତା ରେ ଚିତ୍ରାଙ୍କନ ପ୍ରତି ରୁଚି ରଖିଥିବା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ଚିତ୍ରକାର ଅଂଶଗ୍ରହଣ କରିଥିଲେ ! ଏହି ପ୍ରତିଯୋଗିତା ନିମନ୍ତେ ପ୍ରସଙ୍ଗ " ବିକଶିତ ଭାରତ @୨୦୪୭" ରଖାଯାଇଥିଲା ! ଅଂଶଗ୍ରହଣ କରିଥିବା ଚିତ୍ରକାରମାନେ ଏହି ପ୍ରସଙ୍ଗ ଉପରେ ବହୁତ ସୁନ୍ଦର ତଥା ପ୍ରାସଙ୍ଗିକ ଚିତ୍ରାଙ୍କନ କରି ବିଚାରକ ମଣ୍ଡଳୀ ଏବଂ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଦ୍ଵାରା ପ୍ରସଂଶିତ ହୋଇଥିଲେ ! ଏହି ପ୍ରତିଯୋଗିତାର ବିଚାରପତି ଭାବେ ବରିଷ୍ଠ ଅବସର ପ୍ରାପ୍ତ କଳା ଶିକ୍ଷକ ଶ୍ରୀ ପର୍ଶୁରାମ ସାହୁ ଏବଂ କଳା ଶିକ୍ଷକ ପବିତ୍ର ଦତ୍ତ ରହି ମହାବିଦ୍ୟାଳୟ ସ୍ତରର ତିନୋଟି ଚିତ୍ରକୁ ଯାଥାକ୍ରମେ ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ଏବଂ ବୃତ୍ତିଗତ ସ୍ତରୀୟ ତିନୋଟି ଚିତ୍ର ଯାଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କରି ମୂଲ୍ୟାଙ୍କନ କରିଥିଲେ ! ମହାବିଦ୍ୟାଳୟ ସ୍ତରରେ କୋଷାଗୁମୁଡ଼ା ସରକାରୀ ମହାବିଦ୍ୟାଳୟର +3 ଦ୍ୱିତୀୟ ବର୍ଷର ଛାତ୍ର ଜଗନ୍ନାଥ ଭତ୍ରl ପ୍ରଥମ, ମହାଦେବ ନାୟକ, ଗୁରୁକୃପା ମହାବିଦ୍ୟାଳୟ, ରାଇଘର ଦ୍ଵିତୀୟ ଏବଂ ରାଜେନ୍ଦ୍ର ଭତ୍ରା,ନବରଙ୍ଗପୁର ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ସେହିପରି ବୃତ୍ତିଗତ ସ୍ତରରେ ଶ୍ରୀ ଅନନ୍ତରାମ ଗୋଣ୍ଡ, ଉମରକୋଟ ପ୍ରଥମ,ଗୌରାଙ୍ଗ ଚରଣ ବିଡିକା, ନବରଙ୍ଗପୁର ଦ୍ଵିତୀୟ ଏବଂ ଶୁଶାଙ୍କ ମଣ୍ଡଳ, ଉମରକୋଟ ତୃତୀୟ ସ୍ଥାନ ହାସଲ କରିଥିଲେ ! କୃତି ହାସଲ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା ! ପ୍ରକାଶ ଥାଉକି ପ୍ରଥମ,ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ୩ଗୋଟି ବର୍ଗର ଚିତ୍ର ସମୂହ କୁ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଦର୍ଶନ ସହ ମୂଲ୍ୟାଙ୍କନ କରାଯିବ ! ଏଥିରେ, ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି ! ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପରିଚାଳନା କରିଥିବା ବେଳେ ଅତିଥି ଭାବେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ, ଅଧ୍ୟାପକ ଶ୍ରୀ ଦିଲ୍ଲୀପ ହୋତା,ସମ୍ଭୂ ପ୍ରସାଦ ହୋତା, ଇଂ . ଚନ୍ଦନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା କାର୍ଯ୍ୟାଳୟ ରୁ ଆତ୍ମପ୍ରକାଶ ସାହୁ, ଏ. ସନ୍ତୋଷ କୁମାର ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ମାନେ ସହଯୋଗ କରିଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ