ସେଙ୍ଗେଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା ଦିଆନଗଲେ ରାଜରାସ୍ତାରେ ସେଙ୍ଗେଲର ଧାରଣା

Nov 14, 2025 - 19:42
 0  39
ସେଙ୍ଗେଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା ଦିଆନଗଲେ ରାଜରାସ୍ତାରେ ସେଙ୍ଗେଲର ଧାରଣା

ବାରିପଦା,୧୪।୧୧ : ଆଦିବାସୀ ସେଙ୍ଗେଲ ଅଭିଯାନର ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ୱରେ ମୟୁରଭଞ୍ଜର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ପ୍ରଦେଶ ପାର୍ଗାନା କହିଛନ୍ତି ଯେ ବିଶୋଇ ଥାନା ପୁଲିସ ପ୍ରଶାସନ ବୋଧହୁଏ ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀଙ୍କ ଇଶାରାରେ ପରିଚାଳିତ ହେଉଛି ଏବଂ ଗୁଣ୍ଡାଗୁରୁଙ୍କ ସହିତ ହାତ ମିଶାଇ ଖେଳ ଚଲାଉଛି । ତତ୍ ସହିତ ସାମାଜିକ ବାସନ୍ଦ ଭଳି ଘୋର ଅପରାଧିକ ମାମଲାକୁ ପୁଲିସ ପ୍ରଶାସନ ଦ୍ବାରା ମଧ୍ୟ ସମାଜରେ ଆଶ୍ରୟ ଦେବା ଏବଂ ସାମାଜିକ ବାସନ୍ଦ ମାମଲାକୁ ସମାଜର ମାମଲା କହି ଚାପି ଦିଆଯାଉଥିବା ବୋଲି ଦାବି କରାଯାଉଛି । ଉଲ୍ଲେଖନୀୟ ଯେ, ଦୀର୍ଘ ୫ ବର୍ଷରୁ ଆଜିପର୍ଯ୍ୟନ୍ତ ନିର୍ଯାତନା ଭିତରେ ଜୀବନ କାଟୁଥିବା ଗୋଟିଏ ସାମାଜିକ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା ଏବଂ ଅଧିକାର ଦେବାରେ ନାଟକ ବାଜି କରୁଛି, ବିଫଳ ହୋଇଛି ଏବଂ ପରିବାର ପକ୍ଷରୁ ବାରମ୍ବାର ଗୁହାର ଲଗାଇବା ସତ୍ତ୍ୱେ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନପାରି ସମାଧାନ ବାହାର କରି ପାରୁନାହିଁ । ତେଣୁ ପୁଲିସ ପ୍ରଶାସନର ଅବହେଳା ହିଁ ବାସନ୍ଦ ପରିବାରକୁ ଆତ୍ମାହୁତି ଦେବା ପାଇଁ ବାଧ୍ୟ କରାଉଛି ବୋଲି ପ୍ରକାଶ କରାଯାଇଛି । ସୂଚନା ମୁତାବକ, ବିଶୋଇ ଥାନା ଅନ୍ତର୍ଗତ ରୁଗୁଳିଡିହି ଗ୍ରାମର ସ୍ୱାମୀ, ସ୍ତ୍ରୀ ଶ୍ରୀ ମୁଚିରାମ ଟୁଡୁ ଓ ନାକି ଟୁଡୁଙ୍କ ଉପରେ ଅମାନୁଷିକ ଭାବରେ ପଶୁତୁଲ୍ଯ ଆକ୍ରମଣ, ଅତ୍ୟାଚାର, ମାରପିଟ୍ କରି ନିଜ ଘରରୁ ଓ ଗାଁରୁ ଘୋଷାରି ତଡି ଦିଆଯାଇଛି, ଏହା ଆଇନ ବ୍ୟବସ୍ଥାର ବିଶୃଙ୍ଖଳା ତାଣ୍ଡବ ଅଟେ । ପୁଲିସ ପ୍ରଶାସନ ଏହିପରି ବୃହତ୍ ଅପରାଧିକ ମାମଲାରେ ଚୁପଚାପ୍ ରହିବା ଅତି ଦୁର୍ଭାଗ୍ୟଜନକ ଅଟେ । ଯାହାକି ଏବେ ନିରୀହ ସ୍ୱାମୀ-ସ୍ତ୍ରୀ ତାଙ୍କର ତିନିଗୋଟି ନାବାଳକ ସହିତ ୨୧ ସେପ୍ଟେମ୍ବରରୁ ବେସାହାରା ହୋଇ ନିରାଶ୍ରୟ ଭାବରେ ପର ପିଣ୍ଡାରେ କାଳ କାଟୁଛନ୍ତି । ଏବାବଦରେ ମୟୁରଭଞ୍ଜର ଏସପି, ଥାନା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସାକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଆସନ୍ତା ୨୨ ନଭେମ୍ବର ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏବଂ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା, ଅଧିକାର ଦିଆନଗଲେ ଆଦିବାସୀ ସେଙ୍ଗେଲ ଅଭିଯାନ ୨୪ ନଭେମ୍ବରକୁ ରାଜରାସ୍ତା ଉପରେ ବିଶୋଇ ଠାରେ ଧାରଣା ଦେବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ବେଳେ ବାରିପଦା ଜୋନାଲ ଉପସଭାପତି ଶ୍ରୀ ବାହାଦୁର ମୁର୍ମୁ, ଜିଲ୍ଲା ଯୁବା ମୋର୍ଚ୍ଚା ସଭାପତି ଶ୍ରୀ ଉଦୟନାଥ ହେମ୍ବ୍ରମ, ଜିଲ୍ଲା ମାଝୀ-ପାର୍ଗାନା ମାଡୱା ସଭାପତି ଶ୍ରୀ ବିକାଶ ଚନ୍ଦ୍ର ହେମ୍ବ୍ରମ ସହ ସୋନୁ ସାହୁ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ