।। ସୂଚନା କମିଶନରଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ଅକ୍ଷୟ ଚାନ୍ଦ:ଏ ନେଇ ପ୍ରତିକ୍ରିୟା ରଖିଲେ ODMM ଜେନେରାଲ ସେକ୍ରେଟାରୀ କାହ୍ନ। ନାୟକ।।

ଭୁବନେଶ୍ୱର ( ଫାଷ୍ଟ ନ୍ୟୁଜ ଓଡିଶା ) ସୂଚନା ଅଧିକାର ଆଇନ ର ଉପହାସ କରୁଛି ମାଲକାନଗିରି ଜିଲ୍ଲା ପୁଲିସ ! ତଥ୍ୟ ମାଗିଲେ ତଥ୍ୟ ତ ମିଳୁନି , ବରଂ ମିଳୁଛି କେଶ ରେ ଛନ୍ଦି ଦେବାର ଧମକ ! ସୂଚନା ଅଧିକାର ଆଇନ ଉଲ୍ଲଙ୍ଘନ ଅଭିଯୋଗ ଆଣି ସୂଚନା କମିଶନର ଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ଅକ୍ଷୟ ଚାନ୍ଦ ଏବଂ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସଦସ୍ୟ ! ଏପରି ଅଭିଯୋଗ ଆସିଛି ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ଙ୍କ ନାମରେ | ବାରମ୍ବାର ସୂଚନା ମାଗି ନିରାଶ ହେବା ପରେ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ଅକ୍ଷୟ ଚାନ୍ଦ | ଦୁର୍ନୀତି, ହରିଲୁଟ୍, ମଦ ମାଫିଆଙ୍କ ସହ ସମ୍ପର୍କ ଓ ସାମ୍ବାଦିକ ଅକ୍ଷୟ ଚାନ୍ଦ ଙ୍କ ବିରୋଧରେ କରାଯାଇଥିବା 4 ଟି ମିଥ୍ୟା ମାମଲା, ଧରା ପଡ଼ିଯିବା ଭୟରେ ସୂଚନା ଅଧିକାର ଆଇନ ଉଲ୍ଲଂଘନ କରି ତଥ୍ୟ ଲୁଚାଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକା | କେତେଦିନ ଖାକିର ଖୋଳପା ରେ ଏମିତି ଚାଲିବ ଅରାଜକତା | ଯେ କୌଣସି ସାର୍ବଜନୀନ ତଥ୍ୟ ମାଗିଲେ ମାଲକାନଗିରି ପୁଲିସ ପକ୍ଷରୁ ଉତ୍ତର ଆସୁଛି ଆପଣଙ୍କୁ ଏ ତଥ୍ୟ ଦିଆଯାଇ ପାରିବ ନାହିଁ | ଯଦି ପୋଲିସ ଏତେ ସଚୋଟ, ତେବେ ତଥ୍ୟ ଦେବାକୁ ଏତେ ଭୟ କାହିଁକି |ଏହାକୁ ନେଇ ଓଡ଼ିଶା ସୂଚନା କମିଶନରଙ୍କ ଦ୍ଵାରସ୍ଥ ହେଲେ ଆବେଦନକାରୀ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଅକ୍ଷୟ ଚାନ୍ଦ | ତେବେ ଚିତ୍ରକୋଣ୍ଡା ପୁଲିସ ଦ୍ୱାରା କରାଯାଇଥିବା ମିଥ୍ୟା ମାମଲାର ସତ୍ୟାସତ୍ୟ ସାମନାକୁ ଆସିବା ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଡିଜିଟାଲ ମିଡ଼ିଆ ମହାସଂଘର ସଦସ୍ୟ । ଏହା ଜଣେ ସାମ୍ବାଦିକର ନୁହେଁ ବରଂ ସାମ୍ବାଦିକ ଏକତା ଓ ସୁରକ୍ଷାର ଲଢେଇ |
ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






