ସୁଭଦ୍ରା ଯୋଜନାର ଅଗ୍ରଗତିର ସମୀକ୍ଷା କଲେ ଜିଲ୍ଲାପାଳ

Sep 2, 2024 - 23:07
 0  21
ସୁଭଦ୍ରା ଯୋଜନାର ଅଗ୍ରଗତିର ସମୀକ୍ଷା କଲେ ଜିଲ୍ଲାପାଳ

ନୂଆପଡା, ଆଜି 02.09.24 ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ସନ୍ଧ୍ୟା ରେ ଓସୱାନ ହଲ ରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଯୋଜନା ର ଅଗ୍ରଗତି ର ସମୀକ୍ଷା କରିଛନ୍ତି l ଏଥିରେ ଜିଲ୍ଲାର ସମସ୍ତ ବିଡ଼ିଓ, ଏନଏସି ଇଓ, ସିଡିପିଓ ଓ କାର୍ଯ୍ୟକ୍ରମରେ ଜଡିତ ସମସ୍ତ ଅଧିକାରୀ ଆଭାସୀ ରେ ଯୋଗଦେଇ ନିଜ ଅଂଚଳରେ ସୁଭଦ୍ରା ଯୋଜନାର ଅଗ୍ରଗତି ଓ ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳ ଓ ଜିଲ୍ଳା ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବର, ଜିଲ୍ଳା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ଭୋଇ, ଏପିଡି ଯୋଗେଶ୍ୱର ଭୋଇ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ପତି, ପ୍ରୋଗ୍ରାମ ଅଧିକାରୀ ନମିତା ପାଢ଼ୀ,ଜିଲ୍ଳା ଇ ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା, ଜିଲ୍ଲା ପରିଚାଳକ ସିଏସସି ଦେବାଶିଷ ପାଢ଼ୀ, ଜିଲ୍ଲାସଂଯୋଜକ ମମତା ମାନଗୋବିନ୍ଦ ସ୍ୱାଇଁ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲପାଳ ସୁଭଦ୍ରା ଯୋଜନାର ଜିଲ୍ଲାରେ ଶତ ପ୍ରତିଶତ ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ଉତ୍ସାହିତ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ