ସୁନା ଗହଣା ଚୋରି ଅଭିଯୋଗ ରେ ଆଠ ଜଣଙ୍କୁ କୋର୍ଟ ଚାଲାଣ

Nov 17, 2024 - 11:59
 0  79
ସୁନା ଗହଣା ଚୋରି ଅଭିଯୋଗ ରେ ଆଠ ଜଣଙ୍କୁ କୋର୍ଟ ଚାଲାଣ

ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଲୁଟି ନେଇଥିଲେ ସୁନା ଅଳଂକାର ! ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦଶରାପଦା ସାହିର ବିବେକ ନାୟକ ଙ୍କ ଘରେ ! ଏତଲା ପ୍ରକାରେ ଚଳିତ ମାସ ୮ ତାରିଖ ଦିନ ବିବେକ ସପରିବାର ସହ ଘରେ ତାଲା ପକାଇ ବାହରକୁ ଯାଇଥିଲେ ! ୧୨ ତାରିଖ ଦିନ ଘରକୁ ଫେରି ଆସି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି ପଡ଼ିଛି ! ଏନେଇ ବିବେକ ଉମରକୋଟ ଥାନାରେ ୧୨ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ ! ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟିଥିବା ଚୋରି ଘଟଣାରେ ସମସ୍ତ ଚୋରି ସୁନା ଅଳଙ୍କାର ଓ ଲେପଟପ କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି ଉମରକୋଟ ପୋଲିସ ! ଏହି ଚୋରି ଘଟଣା ରେ ସମ୍ପୃକ୍ତ ସମସ୍ତ ୮ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ! ଗିରଫ ୮ ଜଣଙ୍କ ମଧ୍ୟରୁ ୪ ନାବାଳକ ଥିବାବେଳେ ୨ ଜଣ ଚୋରି ସାମଗ୍ରୀ କିଣିବା ଯୋଗୁଁ ଗିରଫ ହୋଇଛନ୍ତି ! ଆଜି ଉମରକୋଟ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ମଧୁଶିକ୍ତା ମିଶ୍ର, ଥାନା ଆଇଆଇସି ତପନ କୁମାର ପତି ଓ ଘଟଣାର ତଦନ୍ତ ଅଧିକାରୀ ସବ ଇନ୍ସପେକ୍ଟର ସିବଜି ପଣ୍ଡା ସମସ୍ତ ସୁଚନା ପ୍ରଦାନ କରିଛନ୍ତି ! ଏହି ଘଟଣାର ମୁଖ୍ୟ ଖଳନାୟକ ଯିଏ କି ବିବେକ ଙ୍କ ସମ୍ପର୍କୀୟ ଅଟନ୍ତି ଯିଏ କି ୧୪ ବର୍ଷୀୟ ନାବାଳକ ଓ ତାକୁ ମଧ୍ୟ ଗିରଫ କରିଛି ପୋଲିସ ! ଏହି ଯୁବକ ହିଁ ବିବେକ ଙ୍କ ଘରର ସମସ୍ତ ତଥ୍ୟ ଅନ୍ୟ ଅଭିଯୁକ୍ତ ଙ୍କୁ ପ୍ରଦାନ କରିବା ସହ ଚୋରି ଘଟଣାରେ ମଧ୍ୟ ସଂପୃକ୍ତି ଥିଲା ! ଗିରଫ ୪ ନାବାଳକଙ୍କ ସମେତ ଟିକିରା ସାହିର ଟୁନା ଦାସ (୨୧), ଭଞ୍ଜ ଛକର ଶିବ ବାରିକ (୨୨) ଏବଂ ଚୋରି ସାମଗ୍ରୀ କିଣିବା ଅଭିଯୋଗ ରେ ରିତେଶ କରକରା ଲେପଟପ କିଣିଥିଲେ ଏବଂ ସୁନା ଅଳଙ୍କାର କିଣିବା ଅଭିଯୋଗରେ ଉମରକୋଟ ସନ୍ତୋଷୀ ନଗର ର କିଶୋର ଗୌଡ଼ ରହିଛନ୍ତି । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ନିକଟ ରୁ ସୁନାହାର ୩ ଟା, କାନଫୁଲ ୮ ଟା, ମୁଦି ୧ , ମଙ୍ଗଳ ସୂତ୍ର ୧, ସୁନା ଚୁଡ଼ି ୬ ଟା, ଲେପଟପ୍ ୧, ଓ ୨ ଟା ରୂପା ଗୋଡଆଙ୍ଗୁଠି ଜବତ କରିଛି ! ଯାହାର ସମସ୍ତ ମୂଲ୍ୟପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି କହିଛି ଉମରକୋଟ ପୋଲିସ ! ସମସ୍ତ ସାମଗ୍ରୀକୁ ଉମରକୋଟ ପୋଲିସ ବିବେକ ନାୟକଙ୍କୁ ଫେରସ୍ତ କରି ଦେଇଛି ! ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର ହୋଇ ଯାଇଛି ଓ ଏହି ଘଟଣା ରେ ଆଉ କାହାର ସଂପୃକ୍ତି ନାହିଁ ବୋଲି ଘଟଣାର ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୁଚନା ପ୍ରଦାନ କରିଛନ୍ତି ! ସମସ୍ତ ୪ ନାବାଳକ ଙ୍କୁ ନବରଙ୍ଗପୁର ମୁଖ୍ୟ ବିଚାରପତି ଜଷ୍ଟିସ ଯୁବେନଆଲ କୋର୍ଟ ଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ଭବାନୀପାଟଣା ଶିଶୁ ମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଜେଲ କୁ ପଠାଇ ଦିଆ ଯାଇଛି ସେହି ପରି ୪ ସାବାଳକ ଙ୍କୁ ଉମରକୋଟ ପ୍ରଥମ ଶ୍ରେଣି ବିଚାରପତି ଙ୍କ କୋର୍ଟ ରେ ହାଜର କରା ଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ