।। ସିଲେଇ ମେସିନ ବଣ୍ଟନ ହେଲା ସମ୍ମନିତ ଆଦିବାସୀ ବିକାଶ ସଂସ୍ଥା ତରଫରୁ ।।

Mar 12, 2024 - 22:28
 0  74
।। ସିଲେଇ ମେସିନ ବଣ୍ଟନ ହେଲା ସମ୍ମନିତ ଆଦିବାସୀ ବିକାଶ ସଂସ୍ଥା ତରଫରୁ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଫଲା ମାଳି ବକ୍ସାଇଟ ଖଣି ପ୍ରଭାବିତ ଅଞ୍ଚଳରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ସିଲେଇ ମେସିନ ବଣ୍ଟନ କରାଯାଇଛି। ମଙ୍ଗଳବାର ଅଡ୍ରି ଗ୍ରାମ ପଞ୍ଚାୟତର ଦଳଗୁଡା ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନ୍ ଦ୍ବାରା ସଂଚାଳିତ ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଗଠିତ ଇନ୍ଦ୍ରାବତୀ ପ୍ରଡ୍ୟୁସର ଗୃପ୍ ଦଳଗୁଡା ଆନୁକୂଲ୍ୟରେ ସ୍ଥାପିତ ହୋଇଥିବା ସିଲେଇ ତାଲିମ କେନ୍ଦ୍ରକୁ ଡିଏମ୍ଏଫ୍ ପାଣ୍ଠିରୁ ୬ ଗୋଟି ସିଲେଇ ମେସିନ ଓ ଉପକରଣ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁରର ପ୍ରକଳ୍ପ ମ୍ୟାନେଜର ଅବିନାଶ ମହାନ୍ତି ଉପସ୍ଥିତ ରହି ଏସବୁ ଉପକରଣ ବଣ୍ଟନ କରିଛନ୍ତି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନର ଯୁବ ସଂଯୋଜକ ଅବିନାଶ ମୁଣ୍ଡ ଏବଂ ଯୁବ ସଂଗଠକ ସଞ୍ଜୀବ କୁମାର ଠାକୁରଙ୍କ ସମେତ ଇନ୍ଦ୍ରାବତୀ ପ୍ରଡ୍ୟୁସର ଗୃପ୍ ର ସହଯୋଗୀ କର୍ମକର୍ତ୍ତା ତଥା ସମାଜସେବୀ ଉପେନ୍ଦ୍ର ନାଏକ ଉପସ୍ଥିତ ରହିଥିଲେ।ପ୍ରଶାସନର ଏହି ସହାୟତା ପାଇଁ ଗୃପ୍ ର ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜ୍ଞାପନ କରିଥିଲେ।ଏଥିସହିତ ଅଡ୍ରି, କନରପାସ୍, ସୂର୍ଯ୍ୟଗଡ ଏବଂ ଦୁର୍ମୁସିରେ ମଧ୍ୟ ସିଲେଇ ମେସିନ ଓ ଉପକରଣ ବଣ୍ଟନ କରାଯାଇଛି।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ  ରିପୋର୍ଟ୍ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ