।। ସିନାପାଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

Oct 1, 2024 - 05:36
 0  17
।। ସିନାପାଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

ନୂଆପଡା : ସିନାପାଲି ପଞ୍ଚାୟତସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଉପସ୍ଥିତି ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବ୍ଲକରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା ଓ ପିଇବା ପାଣି ସୁବିଧା ହୋଇଥିଲା । ଆଜିର ମୋଟ 146 ଟି ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତିl ଏଥିରୁ 120 ଟି ବ୍ୟକ୍ତିଗତ ଏବଂ 26 ଟି ସାମୁହିକ ଅଭିଯୋଗ ଥିଲା l ଏହି ଶିବିରରେ ଆସିଥିବା ଅଭିଯୋଗ ସବୁ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସୁରେଖା ବାଗଙ୍କୁ ପାଞ୍ଚହଜାର ଟଙ୍କାର ସହାୟତା ଚେକ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ ଏସପି, ଡ଼ିଏଫଓ ଅଜିଜ ଖାନ , ଜିଲ୍ଳା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, , ବ୍ଳକ ଅଧ୍ୟକ୍ଷା ମାଧୁରୀ ମାଝୀ, ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା , ତହସିଲଦାର ଉପାଞ୍ଜଳି ମାଝୀ ସିଡିଏମଓ ଡ଼ଃ ଧରଣୀଧର ସେନାପତି ଉପସ୍ଥିତ ଥିଲେ l ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଳା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା, ଜିଲ୍ଳା ପଂଚାୟତ ଅଧିକାରୀ ଲଚ୍ଛମନ ଉରାମ, ଜିଏମ ଡିଆଇସି ସମୀର ମୁଦୁଲି,ଏଲଡିଏମ ସୀତାରାମ ମେହେର,ଆରଟିଓ ମାନ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ , ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଏକେ ହେମ୍ବ୍ରମ , ଜିଲ୍ଳା କୃଷି ଅଧିକାରୀ ବାବୁଲି ଚରଣ ସେଠୀ,ଏଡିପିଏଚସିଓ କିଶୋର ଚନ୍ଦ୍ର ପଟେଲ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଇଞ୍ଜିନିୟର, ଲାଇନ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଅଭିଯୋଗ ଶିବିର ଉପଲକ୍ଷେ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ ରକ୍ତଦାନ ଶିବିର ରେ 23 ଜଣ ରକ୍ତଦାନ କରିଥିଲେ ଓ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ରଂଜିତ ରାଉତ ଓ ଡଃ ମନସ୍ବିନୀ ପଟ୍ଟନାୟକ ଯୋଗଦେଇ 42 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ l ଏଠାରେ ରକ୍ତଚାପ, ରକ୍ତ ଶର୍କରା, ଚକ୍ଷୁ ପରୀକ୍ଷା ମଧ୍ୟ କରାଯାଇଥିଲା l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅଭିଯୋଗ ଶୁଣାଣି ଶିବିର ସହିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିରର ଆୟୋଜନ ହୋଇଥିବାରୁ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି l ଅପରାହ୍ନ ରେ ଜିଲ୍ଲାପାଳ କୁସୁମଯୋର ଗ୍ରାମ ପଂଚାୟତ ର ବ୍ରାହ୍ମଣୀଗୁଡା ଗ୍ରାମରେ ଗ୍ରାମ୍ୟ ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ଯୋଗଦେଇ ଶ୍ରମିକ ମାନଙ୍କୁ କୌଣସି ପରିସ୍ଥିତିରେବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସରପଞ୍ଚ ସେମାନଙ୍କ ବିଭାଗୀୟ ଶ୍ରମଭିତ୍ତିକ କାର୍ଯ୍ୟ ସମ୍ବନ୍ଧରେ ଏବଂ ବିଭିନ୍ନ ବ୍ୟାଙ୍କ ସହାୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ