।। ସାମ୍ୱାଦିକ ମାନଙ୍କ ପ୍ରତି ଅତ୍ୟାଚାର କାହିଁକି ।।

Jun 27, 2024 - 05:10
 0  251
।। ସାମ୍ୱାଦିକ ମାନଙ୍କ ପ୍ରତି ଅତ୍ୟାଚାର କାହିଁକି ।।

ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ । ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ପ୍ରକୃତରେ ଏତେ ତଳକୁ ଖସିଗଲେ, ସାମ୍ବାଦିକଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କଲେ । ଜଣେ ମହିଳାଙ୍କ ପ୍ରତି ଜଣେ ରାଜନେତାଙ୍କ ଇଏ କିଭଳି ବ୍ୟବହାର ? ମା’ଙ୍କୁ ସମ୍ମାନ କଥା କହୁଥିଲେ ପୂର୍ବର ସରକାର, ଏମିତି ଦେଉଥିଲେ ସମ୍ମାନ ? ଜଣେ ପୂର୍ବତନ ମନ୍ତ୍ରୀଙ୍କ ହୀନ କାର୍ଯ୍ୟାକଳାପ ଦେଖି ଲୋକେ ତାଜୁବ । ରଘୁନନ୍ଦନଙ୍କ ଛାତିରେ ପଶିଲାଣି ଛନକା, ଭୟରେ ଦିଶୁନି କି ବୁଦ୍ଧିବାଟ । ଏହି ଘଟଣାକୁ ବିରୋଧ କରି ଆଜି ରାୟଗଡା ସହରର ସାମ୍ବାଦିକ ଭାଇ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୧ଘଣ୍ଟା ସମୟରେ ଏକଜୁଟ ହେଇ ଏକ ପ୍ରତିବାଦ ପତ୍ର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟପାଳଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ। ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଲାଗୁ କରିବା ନିମନ୍ତେ ଦାବି କରାଯାଇ ଥିଲା।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ