।। ସାପ କାମୁଡିବାରୁ ଚାଲିଗଲା ୪ ବର୍ଷ ଛୁଆ ର ଜୀବନ ।।

Mar 26, 2024 - 22:02
 0  5
।। ସାପ କାମୁଡିବାରୁ ଚାଲିଗଲା ୪ ବର୍ଷ ଛୁଆ ର ଜୀବନ ।।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର ପ୍ରସନ୍ନ ବେନିଆ ଙ୍କ ୪ ବର୍ଷର ଝିଅକୁ ସାପ କାମୁଡିବାରୁ ଚାଲିଗଲା ଜୀବନ । ଏ ଘଟଣାଟି ଘଟିବା ପରେ ଡ଼ଙ୍ଗରପଡ଼ା ଗ୍ରାମରେ ସୋକର ଛାୟା ଖେଳି ଯାଇଛି। ଲୋକଙ୍କ କହିବା ଅନୁସାରେ ୨୫ ମାର୍ଚ୍ଚ ଷୋମବାର ରାତିରେ ଚାନ୍ଦିନୀ ବେନିଆ ଓ ତାଙ୍କ ଝିଅ ଦିଭ୍ୟା ବେନିଆ ତଳେ ସୋଇଥିବା ବେଳେ ଏକ କଲେତ୍ ସାପ ଝିଅ ଓ ମା କୁ କାମୁଡି ଥିଲା କିନ୍ତୁ ନିଦରେ ଥିବାରୁ ମା ମଧ୍ୟ ଜାଣି ପାରି ନ ଥିଲେ । ପରେ ତାଙ୍କୁ ବାନ୍ତି ଲାଗିବାରୁ ଉଠିଥିଲେ କିନ୍ତୁ ତାଙ୍କ ଝିଅ ର ମୁହଁରୁ ଫେଣା କୁ ଦେଖି ସେ ଲୋକଙ୍କୁ ଡାକିଥିଲେ । ବିଷଧରା ସାପ କୁ ଦେଖି ଜାଣି ଯାଇ ଥିଲେ ସାପ କାଟିଛି ବୋଲି । ସାହି ପଡୋଶୀ ଆମ୍ବୁଲାନ୍ସ କୁ କଲ୍ କରିଥିଲେ ଓ ଟିଟିଲାଗଡ ମୁଖ୍ୟ ହସ୍ପିଟାଲ କୁ ନେଇ ଥିଲେ । କିନ୍ତୁ ସେଠାରେ ୪ ବର୍ଷର ଝିଅ କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ମା ର ଚିକିତ୍ସା କରିଥିଲେ । ଏବେ ମା ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଛୁଆ କୁ ନେଇ ଶୋକ ପ୍ରକାଶ କରୁଛନ୍ତି ପରିବାର ଓ ଗ୍ରାମବାସୀ । ଝିଅ ର ବାପା ପ୍ରସନ୍ନ ବେରିଆ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିଲେ କିନ୍ତୁ ଏହି ଖବର ପାଇବା ମାତ୍ରେ ଘରକୁ ଫେରି ଥିଲେ ଓ ଝିଅ ର ଅନ୍ତିମ ସଂସ୍କାର କରିଥିଲେ ।

 ମୂରିବାହାଲ ରୁ ବାଲକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାର୍ଷ୍ଟ ନ୍ୟିଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ