ସର୍ଚ୍ଚ ଅପରେସନ ବେଳେ ମାଓବାଦୀ-ଯବାନ ଗୁଳିବିନିମୟ ଯବାନ ଗୁରୁତର

May 22, 2024 - 12:06
 0  16
ସର୍ଚ୍ଚ ଅପରେସନ ବେଳେ  ମାଓବାଦୀ-ଯବାନ ଗୁଳିବିନିମୟ  ଯବାନ ଗୁରୁତର

ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଏସଓଜି ଯବାନଙ୍କୁ ଗୁଳି ଗୁଲି ମାଡ ହୋଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନ ଜଣକ ପ୍ରକାଶ ସାହି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଆହତ ଯବାନ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧୂ ପରିଲକ୍ଷିତ ହେଉଥିଲା। ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀମାନେ ଚଳପ୍ରଚଳ ହେଉଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଗତ ୧୮ ତାରିଖରେ ଦୁଇ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଏସଓଜି ଯବାନଙ୍କ ଟିମ ନକ୍ସଲ ବିରୋଧୀ କସିଂ ଅପରେସନ ପାଇଁ ଯାଇଥିଲା। ଏହି ଯବାନମାନେ କୋମନା ଥାନା ଭାଓସିଲ, ଝରଲାଆମ, ଶିବନାରାୟଣପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଇ ଦିନ ଧରି କମ୍ବିଂ ଅପରେସନ ଜାରି ରଖିଥିଲେ। ସୂଚନା ମୁତାବକ, ରବିବାର ରାତି ପ୍ରାୟ ଅଢ଼େଇଟାରେ ଏସଓଜି ଯବାନମାନେ ଶିବନାରାୟଣପୁର ଗାଁ ନିକଟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଘଞ୍ଚ ଜଙ୍ଗଲରେ କମ୍ବି ଅପରେସନ କରୁଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଯବାନମାନେ ମୁହାମୁହିଁ ହୋଇଥିଲେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ସମୟରେ ଜଣେ ଏସଓଜି ଯବାନଙ୍କୁ ମାଓବାଦୀଙ୍କ ଗୁଳି ଲାଗିଥିଲା। ତେବେ ଯବାନଙ୍କ ତଣ୍ଟିରେ ଗୁଳି ଲାଗିବା ସହ ଗଳା ଭିତରେ ଫସି ଯାଇଥିଲା। ଫଳରେ ଏସଓଜି ଯବାନ ଜଣକ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସକାଳୁ ସାଥୀ ଏସଓଜି ଯବାନମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗରିଆବନ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିଥିଲେ । ସେଠି ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଯବାନଙ୍କ ତଣ୍ଟିରୁ ଗୁଳି କଢା ଯାଇ ନ ଥ‌ିବା ସୂଚନା ମିଳିଛି। ଏବେ ବି ଶିବନାରାୟଣପୁର ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥ‌ିବା ସୂଚନା ମିଳିଛି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ