ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ "ଘୁଙ୍ଗୁର"-୨୦୨୬ପାଳିତ

Jan 30, 2026 - 06:18
 0  17
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ "ଘୁଙ୍ଗୁର"-୨୦୨୬ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୭.୦୧.୨୦୨୬ ରିଖ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ "ଘୁଙ୍ଗୁର"-୨୦୨୬ ଗତ ୨୬ତାରିଖ ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଛି ! ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନରସିଂହ ଭତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବବ୍ରତ ଶତପଥୀଙ୍କ ବେଦପାଠ ଓ ମଙ୍ଗଳାଚରଣରେ ଅତିଥିଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ଆରାଧନା ତଥା ଧୂପଦୀପ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ! ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଜୟ ଶବର ସଭାରେ ସଭାପତିତ୍ଵ କରିଥିଲେ ! ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍ ନଂ୭୯ର ସଦସ୍ୟ ଶ୍ରୀ ଧନସିଂ ଭତ୍ରା ଯୋଗଦେଇ ବିଦ୍ୟାଳୟ ଶିକ୍ଷା ଜୀବନର ପ୍ରତ୍ୟେକ ବୃତ୍ତିର ଆଧାର ଏବଂ ପ୍ରମୁଖ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ ! ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଘୋଡ଼ାଖୁଣ୍ଟା ସରପଞ୍ଚ ଶ୍ରୀମତୀ ଲୀଳାଦେଇ ମାଝୀ ପିଲାଙ୍କ ଚରିତ୍ର ଗଠନରେ ମାଆ ଏବଂ ବିଦ୍ୟାଳୟର ଭୂମିକା ବିଷୟରେ ଆଲୋଚନା କରିଥିଲେ ! ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଶ୍ରୀ ପର୍ଶୁରାମ ଶବର ଯୋଗଦାନ କରି ପିଲାଙ୍କୁ ସଂସ୍କାରୀ,ସାହସୀ ଏବଂ ଉତ୍ତମ ନାଗରିକ ହେବାକୁ ପ୍ରେରଣା ପୂର୍ଣ୍ଣ ପରାମର୍ଶ ଦେଇଥିଲେ ! ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀ ଫଗୁନୁ ଶବର ଯୋଗଦେଇ ବିଦ୍ୟାଳୟରେ ବାର୍ଷିକୋତ୍ସବ ଆୟୋଜନ ଦ୍ବାରା ଶିକ୍ଷାର୍ଥୀଙ୍କ ଶିକ୍ଷଣ ଆଧାରମାନ ସହଶୈକ୍ଷିକ କାର୍ଯ୍ୟକ୍ରମ ଦ୍ଵାରା ସୁନ୍ଦର,ସୁସଂଯୋଜିତ,ସୁଶୃଙ୍ଖଳିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ ! ଶିକ୍ଷାବିତ ଶ୍ରୀ ସଦନ ମାଝି ପିଲାଙ୍କୁ ନିଜ ଜୀବନକୁ ସଫଳ କରିବା ପାଇଁ ବିଦ୍ୟାଳୟର ଭୂମିକା ଉପରେ ଆଲୋଚନା କରିଥିଲେ ! ଇତ୍ୟବସରରେ ପ୍ରଧାନଶିକ୍ଷକଙ୍କ ଦ୍ଵାରା ବାର୍ଷିକ ବିବରଣୀ ଉପସ୍ଥାପନା କରାଯାଇଥିଲା ବେଳେ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପୂର୍ଣ୍ଣିମା ଜାନି, ଛାତ୍ର ଶ୍ରୀ ସନାଧର ଭତ୍ରା,ଶିକ୍ଷକ ଶ୍ରୀ ଚିନ୍ମୟ ଜେନା ମଞ୍ଚ ପରିଚାଳନା କରିଥିଲେ ! ଚଳିତ ବର୍ଷ ବ୍ଲକ ଓ ଜିଲ୍ଲା ବାଲବୈଜ୍ଞାନିକ ପ୍ରଦର୍ଶନୀ, ସୁରଭି, କ୍ରୀଡ଼ା,ଇକୋ କ୍ଳବ୍ ମେଳାରେ ବିଦ୍ୟାଳୟର ପ୍ରତିନିଧିତ୍ଵ କରି ସଫଳତା ସାଉଁଟି ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ! ଶିକ୍ଷକ ଶ୍ରୀ ପରେଶ୍ କୁମାର ମଣ୍ଡଳ, ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଜ୍ଞା ପରିମିତା ବାରିକ୍ ଓ ଶ୍ରୀ ଚନ୍ଦନ କୁମାର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ !ଶେଷରେ ସ୍ଥାନୀୟ ଡେମସା ସଂଗୀତରେ ସମବେତ ଛାତ୍ର ଛାତ୍ରୀଙ୍କ ସହ ସମସ୍ତ କର୍ମଚାରୀଙ୍କ ସାମୂହିକ ନୃତ୍ୟ ବିଦ୍ୟାଳୟର ପରିବେଶକୁ ବେଶ ମତୁଆଲା କରିଦେଇଥିଲା !ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱରୂପାରାଣୀ ନାୟକ, ଶ୍ରୀ ପ୍ରୀତମ ଶବର, ଶ୍ରୀ ଅଜୟ କଚିମ୍,ଶ୍ରୀ ତୁଳା ରାମ ଭତ୍ରା, ଶ୍ରୀ ଅଭିଷେକ ବୈରାଗୀ, ଶ୍ରୀ ରାଜାରାମ ସିଂ, ଶ୍ରୀ ଦାମୋଦର ମିଶ୍ର, ଶ୍ରୀ ଲକ୍ଷ୍ମୀ ନାରାୟଣ ଗଉଡ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ଶ୍ରୀ ଗଦାଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ! ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ,ଅଣ ଶିକ୍ଷକ କର୍ମଚାରୀ ତଥା ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ