।। ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Nov 2, 2023 - 03:06
 0  160
।। ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ମୁନିଗୁଡା: ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଦୁଃଖିନୀ ନୁଣ୍ଡୁକା ମୁଖ୍ଯ ଅତିଥିଭାବେ ଆସନ ଗ୍ରହଣ କରିଥିଲେ, ମୁଖ୍ଯ ବକ୍ତା ରୂପେ କୋରାପୁଟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତଥା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୁକା ଯୋଗଦାନ କରି ଛାତ୍ର ଛାତ୍ରୀ ଓ ଶିକ୍ଷକ ଙ୍କୁ ଉତ୍ସହ ମୂଳକ ଶିକ୍ଷା କ୍ଷେତ୍ରରେ ଜ୍ଞାନର ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଦେଇ ଉଦ୍ ବୋଧନ ଦେଇଥିଲେ। ମୁନିଗୁଡ଼ା ଶିକ୍ଷା ଧିକାରୀ ଶ୍ରୀ ଭାସ୍କର ରାଓ ଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ।ବି . ଆର. ସି ଶ୍ରୀ ସହଦେବ ଚିଚୁଆନ୍ ଏ.ବି.ଇ.ଓ ଶ୍ରୀ ପ୍ରସନ୍ନ କୁମାର ପାତ୍ର , ସହୋଯାଗ କରିଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିତମ କୁମାର ତନ୍ତୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ ଦୄତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୂତ୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ୫/୧୧/୨୦୨୩ ତାରିଖରେ ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ହେଉଥିବା ଶିଶୁ ମହୋତ୍ସବ ସୁରଭି ୨୦୨୩ ରେ ଯୋଗଦେବା ନିମନ୍ତେ ଘୋଷଣା କରାଯାଇଥିଲା। ଏହି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟ କ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ଉପସ୍ଥିତି ରହିଥିବା ବେଳେ ପାତ୍ରଗୁଡା ଛାତ୍ରୀ ମାନେ ଏକ ସମ୍ବଲପୁରୀ ଗୀତ ରେ ଡ଼ାନ୍ସମାଧ୍ୟମରେ ଡ଼୍ରାମାକରି ଉପସ୍ଥିତ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଓ ମଞ୍ଚାସିନ ମୁଖ୍ୟ ଅତିଥି ଗଣ ଏବଂ ସମ୍ମାନୀତ ଅତିଥି ମାନଙ୍କ ତଥା ଛାତ୍ରଛାତ୍ରୀ ମାନଙ୍କ ମନରେ ଭଲ ଡାନ୍ସ କରି ୧ ନମ୍ବର ପ୍ରଥମ ସ୍ଥାନ ରୁପେ ଅଧିକାର କରି ନେଇଛନ୍ତି। ଶେଷରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା ଛାତ୍ରୀ ମାନଙ୍କ ବେଷ୍ଟ ପ୍ରଫରମାସଂ ଭାବରେ ଦେଖି ମନମୁଗ୍ଧ ହୋଇ ୫୦୦ ଟଙ୍କା ପୁରସ୍କାର ଦେଇ ଥିଲେ । ଏଥିରେ ମଞ୍ଚ ପରିଚାଳକ ଭାବେ ଶ୍ରୀ ଅକ୍ଷୟ କୁମାର ରଥ, ଶ୍ରୀ ହେମନ୍ତ କୁମାର ମିଶ୍ର ,ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର କର ଓ ବିଜୟ କୁମାର ମିଶ୍ର ,ସି ଆର୍ ସି ସି , ପ୍ରବୀର ଲିମା , ନାରାୟଣ ପଣ୍ଡା,ସି ଆର୍ ସି ସି,ବେନିଆ ପାଲକିଆ, ନିୟୋଜିତ ହୋଇଥିଲେ।ଶେଷରେ ବି.ଆର.ସି.ସି ଶ୍ରୀଯୁକ୍ତ ମହାଦେବ ଚିଚୁଆନ ଉପସ୍ଥିତ ଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସୁରଭି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସି ଆର ସି ସି ସହୋଯାଗ କରିଥିଲେ।

ମୁନିଗୁଡାରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ