।। ସରକାରୀ ଉଚ୍ଚ ବିଦ୍ୟାଳୟ କୁଲି ସ୍କୁଲରେ ବାର୍ଷିକ ଉଚ୍ଚବ ପାଳିତ ।।

Jan 31, 2024 - 16:22
 0  12
।। ସରକାରୀ ଉଚ୍ଚ ବିଦ୍ୟାଳୟ କୁଲି ସ୍କୁଲରେ ବାର୍ଷିକ ଉଚ୍ଚବ ପାଳିତ ।।

ରାୟଗଡ଼ା ଜିଲ୍ଲା ସଦର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଲି ସ୍କୁଲ ଠାରେ ଦୂତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ସମ୍ମାନନୀୟ ଅଥିତି ଭାବେ ଟୁନି ହୁଇକା,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ରତ୍ନ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକ,ସ୍ଥାନୀୟ ସରପଞ୍ଚ ମାଙ୍ଗି କାଡ୍ରାକା, ରାୟଗଡ଼ା ବ୍ଲକ ବିଜେଡି ଉପସଭାପତି ଚନ୍ଦ୍ରକାନ୍ତ ସାମଲ,ସ୍ଥାନୀୟ ସରପଞ୍ଚ ମାଙ୍ଗି କାଡ୍ରାକା ,ସ୍କୁଲ ସଭାପତି କେ ପାଇଟିତାଲି ସମେତ ଜେ ଆଡ଼ିବି ଉପସ୍ଥିତ ଥିଲେ। ପ୍ରଥେମେ ଅତିଥି ମାନେ ସ୍କୁଲ ର ଆନୁସାଙ୍ଗିକ ବ୍ୟବସ୍ଥା ସହିତ ଇ ଲାଇବ୍ରେରୀ , ସ୍ମାର୍ଟକ୍ଲାସ ରୁମ୍ ଦେଖୀ ଖୁସିବ୍ୟକ୍ତ କରିଥିଲେ। ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିତା ଷଡ଼ଙ୍ଗୀ ଅତିଥି ମାନଙ୍କୁ ମଞ୍ଚାଷିନ କରିବା ସହ ପରିଚୟ ପ୍ରଦାନ କରିଥିଲେ। ସ୍କୁଲ ର କୁନି କୁନି ଛାତରଛାତ୍ରୀମାନେ ସ୍ବାଗତ। ଗୀତଗାନ କରିଥିଲେ। ଏହି ପରିପରେକ୍ଷୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ପତି ମାଝୀ ଶିକ୍ଷା କେତେ ମହାନ୍ ସେ ବିଷୟରେ ଆଲୋକପାତ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା ୫ଟି ସ୍କୁଲ ହେଲା ପରେ ଛାତ୍ରଛତ୍ରୀମାନେ କେତେ ଉପକାର ପାଉଛନ୍ତି ନିଜ ବ୍ୟକ୍ତବ ରଖିଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ସାହୁ ଶିକ୍ଷ୍ୟା ହିଁ ସୁସ୍ଥ ସମାଜ ଗଠନ କରିବାପାଇଁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ନୃତ୍ୟ ସଂଗୀତ ଲୋକ କଳା ସାସ୍କୃତି କାର୍ଯ୍ୟକ୍ରମ ପରି ବେଷଣ କରିଥିଲେ। ଶେଷରେ ଧର୍ମେନ୍ଦ୍ର କାଡ୍ରାକା ଧନ୍ୟବାଦ୍ ଅର୍ପଣ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ