।। ସମସ୍ତ ବର୍ଗର ପାଠକ ପାଠିକାଙ୍କ ପାଇଁ ବାରିପଦା ଗୋପବନ୍ଧୁ ଭବନଠାରେ କାର୍ଯ୍ୟକାରୀ ହେଲା ସୂଚନା କେନ୍ଦ୍ର ତଥା ପାଠାଗାର ।।

Jul 11, 2024 - 11:58
 0  5
।। ସମସ୍ତ ବର୍ଗର ପାଠକ ପାଠିକାଙ୍କ ପାଇଁ ବାରିପଦା ଗୋପବନ୍ଧୁ ଭବନଠାରେ କାର୍ଯ୍ୟକାରୀ ହେଲା ସୂଚନା କେନ୍ଦ୍ର ତଥା ପାଠାଗାର ।।

*ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କୁ ମିଳିବ ପଢିବା ପାଇଁ ଉତ୍କୃଷ୍ଟ ପରିବେଶ: ଜିଲ୍ଲାପାଳ* ବାରିପଦା:୧୦.୦୭.୨୦୨୪// ବାରିପଦା ସହରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିରେ ତିଆରି ହୋଇଥିବା ଗୋପବନ୍ଧୁ ଭବନ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ(ଭା. ପ୍ର.ସେ.)ଙ୍କ ପ୍ରଚେଷ୍ଟାରେ ଏକ ନୂଆ ପରିଚୟ ପାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଅଧୀନରେ ଥିବା ସୂଚନା କେନ୍ଦ୍ର ତଥା ପାଠାଗାର ଏହି ଗୋପବନ୍ଧୁ ଭବନକୁ ସ୍ଥାନାନ୍ତରିତ ହୋଇଛି। ଏହି ପାଠାଗାରଟି ଜୁଲାଇ ୪ ତାରିଖରୁ ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ପାଠକ ପାଠିକା ମାନଙ୍କ ପାଇଁ ଖୋଲିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଥିବା ବେଳେ, ଏହି ପାଠାଗାରଟି ସରକାରୀ ଛୁଟି ଦିନ ମାନଙ୍କରେ ବନ୍ଦ ରହିବ ବୋଲି କୁହା ଯାଇଛି। ଗତ ଜୁଲାଇ ୬ ତାରିଖରେ ଉତ୍କଳମଣିଙ୍କ ପୂଣ୍ୟତିଥୀରେ ଜିଲ୍ଲାପାଳ ଯୋଗଦେଇ ଏହି ପାଠାଗାରକୁ ଅଧିକରୁ ଅଧିକ କିଭଳି ଜନାଦୃତ କରାଯିବ ସେ ବିଷୟରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଭାବେ ଏହି ପାଠାଗାର ଖୋଲି ଥିବାରୁ ଏବଂ ଏହାକୁ କିଭଳି ଅଧିକ ଉନ୍ନତ କରାଯିବ ସେଥିପାଇଁ ମଧ୍ୟ ଆଗାମୀ ଦିନ ମାନଙ୍କରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପାଠକ ମାନଙ୍କ ସମସ୍ତ ସୁବିଧା ପାଇଁ ନୂତନ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଗ୍ରନ୍ଥାଗାରୀକ ସୁଶ୍ରୀ ଛିଟା ସୋରେନ ଏହି ସୂଚନା କେନ୍ଦ୍ର ତଥା ପାଠାଗାର ଦାୟିତ୍ୱରେ ଅଛନ୍ତି। ପାଠକ ପାଠିକା ଏବଂ ବିଶେଷ କରି ଯୁବ ବର୍ଗ ଯେଉଁମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ପରିବେଶ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି ଏବଂ ସେମାନଙ୍କୁ ପଢା ବହି ବ୍ୟତୀତ ବିଭିନ୍ନ ପତ୍ର, ପତ୍ରିକା, ଉପନ୍ୟାସ, ଖବର କାଗଜ ନିର୍ଦ୍ୱନ୍ଦରେ ପଢିବାକୁ ଏହି ପାଠାଗାରରେ ସୁଯୋଗ ଦିଆଯିବ। ଆଗାମୀ ଦିନରେ ସରକାରୀ ପାଠାଗାରର ନିୟମ ଏବଂ ପ୍ରଶାସନର ସହଯୋଗରେ ଅଧିକ ନୂତନ ପୁସ୍ତକ, ସୂଚନା ପତ୍ରିକା ମାନ ଏଠାରେ ଉପଲବ୍ଧ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ। ପ୍ରକାଶ ଥାଉକି, ଜିଲ୍ଲାପାଳ ୧୨.୦୬.୨୦୨୪ ଦିନ, ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଏବଂ IAS ଶିକ୍ଷାନବୀଶ, ସୁଶ୍ରୀ ଆଶନୀ ଏ ଏଲ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋପବନ୍ଧୁ ଭବନ ପରିଦର୍ଶନ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ