ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମଣ୍ଡଳ ସ୍ତରୀୟ ସାଧନା ଶିବିର ଆୟୋଜିତ

Apr 27, 2025 - 21:26
 0  12
ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମଣ୍ଡଳ ସ୍ତରୀୟ ସାଧନା ଶିବିର ଆୟୋଜିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ସତ୍ୟସାଇ ସେବା ସଂଗଠନ ଓଡିଶା କନ୍ଧମାଳ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସଭାପତି ମଧୁସୂଦନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଣ୍ଡଳ ସ୍ତରୀୟ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ବୌଦ୍ଧ, କଳାହାଣ୍ଡି, ଗଞ୍ଜାମ (୨) ଏବଂ କନ୍ଧମାଳ ଜିଲ୍ଲାର ୧୨୦ ରୁ ଉର୍ଦ୍ଧ୍ଵ ସାଇପ୍ରେମୀ ଅଂଶ ଗ୍ରହଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରବିବାର ସକାଳ ୫ ଘଣ୍ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା | ପ୍ରତ୍ୟୁଷ ରେ ଓମ୍ କାରମ୍, ସୁପ୍ରଭାତମ୍, ଜ୍ୟୋତିଧ୍ୟାନ ରୁ ଆରମ୍ଭ ହୋଇ ସେବା କାର୍ଯ୍ୟ, ଷୋଡଶ ଉପଚାର ପୂଜା, ପ୍ରଶାନ୍ତି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଏକ ସୁସଜ୍ଜିତ ପାଲିଙ୍କିରେ ସତ୍ୟସାଇଙ୍କର ଫୋଟ ଚିତ୍ର କୁ ନେଇ ଗାୟତ୍ରୀ ମନ୍ଦିର ଠାରୁ ବାହାରି ନୁଆସାହି, ଚର୍ଚ୍ଚ ଦେଇ ସମଗ୍ର ସହର ପରିକ୍ରମା କରି ଶତାଧିକ ଭକ୍ତଙ୍କ ସମାବେଶ ରେ ପ୍ରତ୍ୟାବର୍ତନ କରିଥିଲା। ସକାଳ ୯ ଟା ରେ ଜ୍ୟୋତି ଆବାହନ ବେଦପାଠ, କୃତଜ୍ଞତାର କାର୍ଡ ସମର୍ପଣ, ସହନା ୱୱତୁ ଆବୃତ୍ତି କରାଯାଇଥିଲା। ଉକ୍ତ ଶିବିରରେ ପ୍ରମୁଖ ବିଷୟ : ଜପ ଧ୍ୟାନ ବିନା ସଂଯୋଗ ନେହିଁ, ନିତ୍ୟ ପ୍ରାର୍ଥନା, ନିତ୍ୟ ବେଦମନ୍ତ୍ରମ୍, ଗାୟତ୍ରୀ ମନ୍ତ୍ର, ବ୍ରହ୍ମାର୍ପଣମ୍‌, ସାଇ ସାହିତ୍ୟ ପଠନ, ଲିଖିତ ଜପ, “ଜଗମେ ସର୍ବମ୍ ବ୍ରହ୍ମ ମୟମ୍",ସେବା ସନ୍ନିଧ୍,ସତସଙ୍ଗତ୍ୱେ, ଜୀବନମୁକ୍ତି,ସମିତି, ସହମତି, ଶତବାର୍ଷିକୀ ସମାରୋହ, ବ୍ୟକ୍ତିଗତ, ପାରିବାରିକ ଓ ସାଙ୍ଗଠନିକ ସାଧନା ପ୍ରୟାସ ଇତ୍ୟାଦି ସମ୍ପର୍କରେ ସତ୍ୟସାଇ ସେବା ସଙ୍ଗଠନ ର ଉପସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ଓ ରାଜ୍ୟସ୍ତରୀୟ ପ୍ରତିନିଧି ମନୋରଞ୍ଜନ କର, ବିମଳ ପ୍ରସାଦ କର ଓ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବାଲିଗୁଡା ସମିତିର ଆବାହକ ପ୍ରଦୀପ କୁମାର ବକ୍ସି ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ମଙ୍ଗଳ ଆରତୀ, ପ୍ରସାଦ ସେବନ ସହିତ ଶିବିରର ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ