।। ସଡ଼କ ଦୁର୍ଘଟଣାରେ ବାଇକ ଚାଲକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ।।

Jun 26, 2023 - 19:14
 0  69
।। ସଡ଼କ ଦୁର୍ଘଟଣାରେ ବାଇକ ଚାଲକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ।।

ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି ,ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ତଥା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଛକ ଠାରେ ଟ୍ରକ୍ ଓ ବାଇକ୍ ଧକ୍କା ହୋଇଥିଲା ।

ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରହୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଜଣକ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ ଖାଡାଗୁଦି ଗ୍ରାମର ଚନ୍ଦ୍ର ଖିଲ ବୋଲି ଜଣା ପଡ଼ିଛି। ଚନ୍ଦ୍ର ନିଜ ଘର ଠାରୁ ବୈପାରିଗୁଡା ବ୍ଲକ୍ କଲାର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଦୁଲି ଗୁଡା ଗାଁ ନିଜ ସମ୍ପର୍କୀୟ ଘରକୁ ପରିବାର ନେଇ ଆସିଥିଲେ । ଏବଂ ମୁଦୁଲି ଗୁଡ଼ା ଠାରୁ ବୈପାରିଗୁଡ଼ା କୌଣସି ଏକ ଆସି ଫେରୁଥିବା ବେଳେ ଲକ୍ଷ୍ମୀପୁର ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ (ଟିଏସ୍ ୦୮ ୟୁଇ ୯୧୩୫) ସହ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା ।

ବୈପାରିଗୁଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ବାଇକ୍ ଏବଂ ଟ୍ରକକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ତେବେ ଖବର ପାଇ ଚନ୍ଦ୍ର ଖିଲ ଙ୍କ ପରିବାର ଓ ଗ୍ରାମବାସୀ ବୈପାରିଗୁଡା ଥାନାରେ ପହଞ୍ଚିଥିଲେ। ଏବଂ ଟ୍ରକ୍ ମାଲିକ ଙ୍କୁ କ୍ଷତି ପୂରଣ ଦେବାକୁ କହିଥିଲେ ।

ତେବେ ଟ୍ରକ୍ ମାଲିକ କ୍ଷତି ପୂରଣ ଦେବାରେ ବିଳମ୍ବ କରିବା ଦ୍ଵାରା ଚନ୍ଦ୍ରଙ୍କ ପରିବାର ସମେତ ଗ୍ରାମବାସୀ ରାଞ୍ଚି ବିଜେବେଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରିଥିଲେ। ବୈପାରିଗୁଡ଼ା ଥାନା ଅଧିକାରୀ ଅଶ୍ବିନୀ କୁମାର୍ ପଟ୍ଟନାୟକ ଏବଂ ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରଙ୍କୁ ରେଡ୍ କ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଦେଇ ଲୋକମାନଙ୍କୁ ରାସ୍ତା ରୋକରୁ ଓହରିବାକୁ କହିଥିଲେ। କିନ୍ତୁ ପରିବାର ଲୋକେ କ୍ଷତିପୂରଣ ଦେବା ଦାବିରେ ଅଟଳ ରହିଥିଲେ। ଶେଷରେ ଜୟପୁର ଏସଡିପିଓ ହରିଶ୍ ବିସି ଘଟଣାସ୍ଥଳରେ ପହଞ୍ଚି ଟ୍ରକ ମାଲିକ ସହ କଥାବାର୍ତ୍ତା ହେଇ ଆସନ୍ତା କାଲି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ ।

ବୈପାରିଗୁଡ଼ା ରୁ ଗୋମତିି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ