"ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁ ଯାତ୍ରା"କୁ ବାରିପଦାରେ ସ୍ୱାଗତ ସମ୍ବର୍ଦ୍ଧନା

Jan 15, 2026 - 18:52
 0  47
"ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁ ଯାତ୍ରା"କୁ  ବାରିପଦାରେ ସ୍ୱାଗତ ସମ୍ବର୍ଦ୍ଧନା

ବାରିପଦା : ଓଡ଼ିଶାରୁ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ପ୍ରେରିତ ହେବାକୁ ଥିବା "ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁ" ବାରିପଦାରେ ପହଞ୍ଚିବାରେ ତାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରୁ ବାହାରି ପୁରୀ ପର୍ଯ୍ୟନ୍ତ ଯିବାକୁ ଥିବା ଏହି "ଶ୍ରୀରାମ ଧନୁ" ବହନକାରୀ ସୁସଜ୍ଜିତ ରଥକୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ମୁର୍ଗାବାଡିଠାରେ ସ୍ୱାଗତ କରାଯିବା ପରେ ଏହାକୁ ସହର ପରିକ୍ରମା କରାଯାଇଥିଲା। ସାମାଜିକ ଗଣ ମାଧ୍ୟମରେ ହିନ୍ଦୁତ୍ୱବାଦୀ ନେତା ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ ନାୟକ ରଥ ସହ ଆସିଥିବା ବେଳେ ଏହାକୁ କବିବିଷ୍ଣୁ ଶତପଥୀ, ପ୍ରଶାନ୍ତ ଆଚାର୍ଯ୍ୟ, ଲକ୍ଷ୍ମୀଧର ହାବଡା, ସୌମ୍ୟ ରଞ୍ଜନ ମିଶ୍ର, ଅମିତ ନାୟକ, ବିଶ୍ୱଜିତ ରଣା ପ୍ରମୁଖଙ୍କ ନେତୃତ୍ବରେ ଏକ ବଡ଼ ଧରଣର ବାଇକ ଶୋଭାଯାତ୍ରାରେ ପାଛୋଟି ନିଆଯାଇ ବାରିପଦା ନଗର ସାରା ପରିକ୍ରମା କରାଯାଇଥିଲା। "ଶ୍ରୀରାମ ସ୍ବର୍ଣ୍ଣ ଧନୁ ରଥ ଯାତ୍ରା" ବାରିପଦାରେ ଶୀତ ସନ୍ଧ୍ୟାରେ ବିଳମ୍ବରେ ପହଂଚିବା ସତ୍ତ୍ୱେ ବି ଶୋଭାବତୀ ଓତା, ସୁମନ ସିଂ, ହେମଲତା ଦାସ, ଶ୍ରଦ୍ଧାଞ୍ଜଳି ପଣ୍ଡା, ସୁମିତ୍ରା କୁଅଁରବାବୁ, ଦୀପାଳି ନାଏକ ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ମହିଳା ଧୈର୍ଯ୍ୟର ସହ ଅପେକ୍ଷା କରି ଉପସ୍ଥିତ ରହି ଏହାକୁ ସ୍ୱାଗତ କରିବା ଘଟଣା ବେଶ ଲକ୍ଷଣୀୟ ହୋଇଥିଲା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ