ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ସମ୍ପର୍ନ୍ନ, ରଥ ଟାଣିଲେ ଜ଼ିଲ୍ଲାପାଳ

ନୂଆପଡ଼ା : ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଦିନ ସମ୍ପନ୍ନ ହୋଇଯାଇଛି । ଆଜି ଭୋରରୁ ନେହେରୁ ମଣ୍ଡପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା | ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରାଯାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ବାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା । ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସହ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳିରେ ସମଗ୍ର ପରିବେଶ ଦୁଲୁକି ଯାଇଥିଲା | ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦାନ କରି ରଥାରୁଢ଼ ଶ୍ରୀଜିଉଙ୍କ ପୂଜାଅର୍ଜନା କରିବା ସହ ରଥ ଟାଣି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ରଥଯାତ୍ରା ପରି ଆଜି ବାହୁଡ଼ାରେ ମଧ୍ୟ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣି ଥିଲେ | ଆଠଦିନ ଧରି ଶ୍ରୀଜିଉଙ୍କ ସମସ୍ତ ନିତିକାନ୍ତିକୁ ମାଉସୀ ଗାଁ ମନ୍ଦିର କମିଟି ତରଫରୁ ସଭାପତି ଶଶିଭୂଷଣ ମାଝୀ, ଉପସଭାପତି ରଜନୀ ମାଝୀ, ସଂପାଦକ ମନୋଜ ଜୈନ, ସହ ସଂପାଦକ ରବିନ୍ଦ୍ର ସା, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ମେହେରଙ୍କ ସହ ଅଜିତ ଯୋଷୀ, ଅବନୀଗଞ୍ଜନ ଯୋଷୀ, ବିଦ୍ୟାଧର ମେହେର, ରାଜେଶ ଜୈନ, ପ୍ରସନ୍ନ ସାହୁ, ସଙ୍ଗୀତ ଜୈନ, ନାରାୟଣ ପାତ୍ର, ଟେଣୋ ମେହେର, ଗଲାମଣି ସା, ଲିଲାକର ସା, ମକର ସା, ଜଗମୋହନ ସା ପ୍ରମୁଖ ଶୃଙ୍ଖଳାର ସହ ସଂପାଦନା କରିଥିଲେ । ଆସନ୍ତାକାଲି ରଥାରୁଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି, ସୁନାବେଶ ଓ ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ତୁଳସୀରାମ ମେହେର ସୂଚନା ଦେଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






