।।ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର ଅନୁଷ୍ଠିତ ।।

Nov 17, 2023 - 19:30
 0  73
।।ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା  ଶିବିର ଅନୁଷ୍ଠିତ ।।

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୁପକ୍ଷ ଆନୂକୁଲ୍ୟରେ ରାୟଗଡା ସହରର ପ୍ରମୂଖ ସ୍ବେଛାସେବୀ ଅନୁଷ୍ଠାନ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି କାର୍ୟକ୍ରମରେ ସଂସ୍କୃତି ଅନୁଷ୍ଠାନର ସଭାନେତ୍ରୀ ସୁଜାତାପାଳ ଅଧ୍ୟକ୍ଷତା କରିଥିଲେ । ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୁପକ୍ଷ ଙ୍କ ପ୍ରତ୍ୟେକ୍ଷ ସହାୟତା ରେ ଆୟୋଜିତ ଏହି ସଚେତନତା ଶିବିରରେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ନିବେଦିତା ସ୍ବାଇଂ , ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ଟୁ ପ୍ରସାଦ ପାତ୍ର ,ସ୍ବୟଂଶାସିତ ମହାବିଦ୍ୟାଳୟ .ର ଅଧ୍ୟକ୍ଷା ବିବିଲତା ସରାଫ , ଫାର ଅନୁଷ୍ଠାନ ସମାଜସେବୀ ପ୍ରମିଳା ସ୍ବାଇଁ ସି.ଡବ୍ଳୁ .ସିର ଅଧ୍ୟକ୍ଷା ବିଦ୍ୟୁଲତା ହୁଇକା ପ୍ରମୂଖ ଯୋଦଦେଇଥିଲେ । ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ନାରୀ ନିର୍ୟାତନା, ଶିଶୁ ଚାଳାଣ , ଶିଶୁ ନିର୍ୟାତନା ଏବଂଏ ସମ୍ପର୍କୀତ ସମସ୍ତ ପ୍ରକାର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ସଂସ୍କୃତି ଅନୁଷ୍ଠାନ ର ସମ୍ପାଦିକା ସରସ୍ବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ