ଶହେ ଜଣିଆ କିଶୋରୀ ଦଳଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ

Dec 6, 2025 - 18:36
 0  1
ଶହେ ଜଣିଆ କିଶୋରୀ ଦଳଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ

ବାରିପଦା ତା ୦୬/୧୨ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମହିଳା ଓ ଶିଶୁ ବିକାଶ ବିଭାଗର ଆଦବିକା ଯୋଜନାରେ ଜ୍ଞାନ ଆରୋହଣ ପରିଭ୍ରମଣରେ ମୟୂରଭଞ୍ଜର ୧୦୦ କିଶୋରୀ ବାଳିକା ଖୋର୍ଦ୍ଧା ଜିଲ୍ଲାକୁ ଯାଇ ୱାର୍ଲଡ ସ୍କିଲ ସେଣ୍ଟର ଓ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ପ୍ରଶିକ୍ଷକ ମାନଙ୍କ ପାଖରୁ ବୈଷୟିକ କୌଶଳ ତାଲିମ ଓ ଆତ୍ମ ରୋଜଗାରକ୍ଷମ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି. ସେହିପରି କଳିଙ୍ଗ ଷ୍ଟାଡ଼ିୟମ ଠାରେ ଉନ୍ନ‌ତମାନର ଆନ୍ତର୍ଜାତିକ ଖେଳ ପ୍ରଦର୍ଶନ ନିମନ୍ତେ ଥିବା ସୁବିଧା ସୁଯୋଗ ଓ ପ୍ରଶିକ୍ଷଣ କୌଶଳ ମଧ୍ୟ ବୁଲି ଦେଖିଛନ୍ତି. ଉକ୍ତ ପରିଦର୍ଶନ ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀଣୀ ସସ୍ମିତା ମହାନ୍ତି ଓ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇ ପିଲାମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ