ଶବଦାହ ଗୃହରେ କାଠ ବିକ୍ରି ବ୍ୟବସ୍ଥା ହେଉ
ଝାରସୁଗୁଡ଼ା ତା:-୧୮/୦୯/୨୫ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା) କୋଲାବିରା ବ୍ଲକ ର ମୁଖ୍ୟାଳୟ ଠାରେ ଥିବା ନୂତନ ଶବଦାହ ଗୃହ ପରିସରରେ ଏକ କାଠ ଗୋଦାମ ଖୋଲିବା ପାଇଁ ଜନସାଧାରଣରେ ଦାବି ହେଉଛି । ତେଲେନ ନଦୀ ତୀର୍ଥଘାଟ ଶବ ସତ୍କାର ପାଇଁ ପବିତ୍ର ସ୍ଥଳ ବୋଲି ମାନ୍ୟତା ଅଛି । ତେଣୁ ସବୁ ସମୟରେ ତେଲେନ ନଦୀ କୂଳରେ ଶବକୁ ଅଗ୍ନି ଦ୍ବାରା ପୋତାଯାଇ ତିର୍ଥଘାଟରେ ସମର୍ପଣ କରିଥାନ୍ତି । ଶବଦାହ ଗୃହରେ ଶବ ସତ୍କାର ହେବା ଯୋଗୁଁ ଅଂଚଳର ସମସ୍ତ ଜନସାଧାରଣ ଉପକୃତ ହୋଇଥାନ୍ତି । ଶବଦାହ ଗୃହର ରକ୍ଷଣାବେକ୍ଷଣ ସହିତ ତାରସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ଗ୍ରାମପଂଚାୟତର ଦାଇତ୍ଵ ରହିଛି । ତେବେ ଏଠାରେ ଦାହ ସଂସ୍କାର କରିବା ପାଇଁ କାଠର ଘୋର ଅଭାବ ଦେଖାଦେଉଛି । ଲୋକେ ଏଠୁ ସେଠୁ କାଠ ସଂଗ୍ରହ କରି ଶବଦାହ କରିଥାନ୍ତି । ତେଣୁ ଶବଦାହ ସକାଶେ କାଠର ଅଭାବ ଦୂର କରିବା ନିମନ୍ତେ ଏକ କାଠ ଗୋଦମ କରାଯାଇ ଦାହ ସଂସ୍କାର ପାଇଁ କାଠ ବିକ୍ରିର ବ୍ୟବସ୍ଥା ହେଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0