ଶଙ୍କରାଖୋଲ ପଞ୍ଚାୟତ ରେ ସମ୍ବିଧାନ ଦିବସ ପାଳିତ

Nov 27, 2025 - 06:16
 0  46
ଶଙ୍କରାଖୋଲ ପଞ୍ଚାୟତ ରେ ସମ୍ବିଧାନ ଦିବସ ପାଳିତ

କନ୍ଧମାଳ/ଚକାପାଦ : ୨୭/୦୨୫ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ପରିସର ରେ ଭାରତ ର ସମ୍ବିଧାନ କୁ ମନେ ପକେଇବା ପାଇଁ ଆଜି ସାରା ବିଶ୍ବରେ ଡ଼ ଆମ୍ବେଦକର ଙ୍କ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପିଇଓ ଦୈତାରି ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ବୈନେତ୍ରୀ କହଁର , ବକ୍ତା ଭାବେ ବିଡିଓ ହୃଦରଞ୍ଜନ ସାହୁ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଞ୍ଚ ମାଲେଶ୍ୱର କହଁର, ସମିତିସଭ୍ୟ କିରାପ ପ୍ରଧାନ , ଏମବିକେ ସତବନ୍ତି ଦିଗାଲ, ପୂର୍ବତନ ସମିତିସଭ୍ୟ ବିଷ୍ଟନୁଚରଣ ଦିଗାଲ , ଆରାବାକା ସରପଞ୍ଚ ରୁନିମା କହଁର,ବି ଏସ୍ ଏସ ଓ ଦିପକ ପ୍ରଧାନ , ସାମ୍ୱାଦିକ ବାଳକୃଷ୍ଣ କହଁର, ମନୋଜ କୁମାର ଗୌଡ, ସଞ୍ଜୟ କୁମାର ନାୟକ ଯୋଗ ଦେଇଥିଲେ । ଏଥିରେ ସମସ୍ତେ ସାର୍ବଭୌମ ସମାଜ ବାଦୀ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ସାଧାରଣ ତନ୍ତ୍ର , ସାମାଜିକ, ଅର୍ଥ ନୈତିକ, ରାଜନୈତିକ, ବିଚାର, ଅଭିବ୍ୟକ୍ତ, ବିଶ୍ୱାସ, ଧର୍ମ, ଉପାସନା ର ସ୍ଵାଧୀନତା, ପ୍ରତିଷ୍ଠା, ସୁଯୋଗର ସମାନତା ଓ ଜାତିର ଏକତା, ଅଖଣ୍ଡତା କୁ ନେଇ ସ୍ଲୋଗାନ ଦେଇ ସଂକଳ୍ପ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନ ବିଷୟ ରେ ଗଠନ,କାର୍ଯ୍ୟ ବୁଝାଇବା ସହ ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ସେଥି ମଧ୍ୟରୁ ପ୍ରଥମ,ଦ୍ବିତୀୟ, ତୃତୀୟ, ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ଏହାକୁ ଗାଁ ସାଥୀ ପ୍ରମୋଦ ଦିଗାଲ, ଯୋଗାଣ ସହାୟକ ସୁନିଲ ରଣା, ରାଧା ବେହେରା, ଜଗନ୍ନାଥ ବାଘ , ୱାଡମେମ୍ବର୍ ମାନେ ସହଯୋଗ କରିଥିବା ବେଳେ ଶେଷରେ ବିସ୍ତ୍ନୁଚରଣ ଦିଗାଲ ଧନ୍ୟବାଦ୍ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ