।। ଲକ୍ଷ୍ମୀପୁର ଠାରେ କଂଗ୍ରେସର ବିଶାଳ ସମାବେଶ ।।

Apr 1, 2024 - 21:15
 0  20
।। ଲକ୍ଷ୍ମୀପୁର ଠାରେ କଂଗ୍ରେସର ବିଶାଳ ସମାବେଶ ।।

ଆସନ୍ତା ନିର୍ବାଚନକୁ ନେଇ ଟିକେଟ ବଣ୍ଟନରେ କୋରାପୁଟ ଲୋକସଭା ଅଧିନସ୍ଥ ୭ଟି ନିର୍ବାଚନ ମଣ୍ଡଳି ରେ ସାଂସଦ ସପ୍ତଗିରି ଉଲାକାଙ୍କ ନାମ ଘୋଷଣା ହେଇଥିବା ବେଳେ ଜୟପୁର,କୋରାପୁଟ,ପଟାଙ୍ଗି ଓ ଲକ୍ଷ୍ମୀପୁର ବିଧାୟକ ପଦବୀ ପାଇଁ କାହାର ନାମ ଘୋଷଣା ହୋଇନଥିବାକୁ ନେଇ ସମସ୍ତ ଆଶାୟୀ ଙ୍କ ଛାତି ଏବେ ଧଡ଼ ଧଡ଼ ହେଉଛି।ସବୁବେଳେ ଚର୍ଚ୍ଚା ରେ ରହି ଆସିଥିବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଚଳିତ ନିର୍ବାଚନ ରେ ମଧ୍ୟ ଚର୍ଚ୍ଚା ର ପରିଧି ମଧ୍ୟରେ ରହିଛି।ବର୍ତ୍ତମାନ ସୁଦ୍ଧା କୌଣସି ଦଳ ଏଯାଏଁ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ମୁଣ୍ଡ ବ୍ୟଥା ବଢ଼ି ଯାଇଛି।ତଥାପି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ର ଯୁବ ଇଞ୍ଜିନିୟର ପବିତ୍ର ସାଉନ୍ତା ଙ୍କ ନାମ ସବୁଠୁ ଆଗରେ ଥିବା ଜଣା ପଡ଼ିଛି। ଆସନ୍ତା ନିର୍ବାଚନ ରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ କିପରି ଭଲ ପ୍ରଦର୍ଶନ କରିବ ତାକୁ ନେଇ ସ୍ଥାନୀୟ ବ୍ଳକ ସଦର ମହକୁମାର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାଥି ପବିତ୍ର ସାଉନ୍ତାଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳି ସ୍ତରୀୟ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।ବ୍ଳକ ସଭାପତି କୈଳାଶ ଖୋସଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ନାରାୟପାଟଣା, ବନ୍ଧୁଗାଁ, ଦଶମନ୍ତପୁର ର ବ୍ଳକ ସଭାପତି ଙ୍କ ସମେତ ୪ଟି ବ୍ଳକ ର କଂଗ୍ରେସ ସମର୍ଥିତ ୫ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ୫୧ଟି ଗ୍ରାମ ପଞ୍ଚାୟତ ର ସଭାପତି,ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଧାୟକ ପ୍ରାର୍ଥୀଙ୍କ ନାମ ବିଧିବଧ ଭାବେ ଘୋଷଣା ହୋଇନଥିଲେ ସୁଧା ଯୁବ ଇଞ୍ଜିନିଅର ପବିତ୍ର ସାଉଁତା କଂଗ୍ରେସ ର ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ କଂଗ୍ରେସ ମହଲ ରେ ଖୁସିର ଲହରୀ ଖେଳିଯାଇଛି।କଂଗ୍ରେସ ରୁ ପୂର୍ବତନ ବିଧାୟକ ଦଳ ଛାଡ଼ିବା ପରେ ପାଖାପାଖି ୪ବର୍ଷ ହେବ ଦଳ ର ମଙ୍ଗ ଧରିଥିବା ପବିତ୍ର ସାଉଁତା ଚଳିତ ନିର୍ବାଚନ ରେ ପ୍ରାର୍ଥୀ ହେବାକୁ ଯାଉଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯିବା ସହ ତୃଣମୂଳ ସ୍ତରରୁ ସବୁ ପ୍ରକାର ଚେଷ୍ଟା କରି ବିଜୟୀ କରିବା ସକାଶେ ସମସ୍ତ ସଭାପତି ମାନେ ଉପସ୍ଥିତ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସର ରେ କଂଗ୍ରେସ ର ନଅଟି ଗ୍ୟାରେଣ୍ଟି ର ଇସ୍ତାହାର ପତ୍ର ମଧ୍ୟ ଉନ୍ମଚନ କରାଯାଇଥିଲା।ଏହି ସମାବେଶ ରେ ଜିଲ୍ଲା ପରିଷଦ ସଭ୍ୟ ହିଙ୍ଗୁ ସାଉଁତା, ପିଙ୍କି ହିମିରିକା,ଲଳିତା ଯାନୀ, ଧନପତି ସାଉଁତା,ରାମ୍ବ ସିରିକା,ଯୁବ କଂଗ୍ରେସ ର ନିର୍ଵାଚନ ମଣ୍ଡଳି ସଭାପତି ମଣ୍ଟି ଖରା,ବ୍ଳକ ସଭାପତି ବେଣୁ ପାତ୍ର, ବିଭୀଷଣ ମହାନନ୍ଦିଆ, ଡି. ଏଙ୍କେଟି, କୃଷକ ସେଲ ସଭାପତି ରତିକାନ୍ତ ନାୟକ, ବ୍ଳକ ଉପସଭାପତି ଜିତେନ୍ଦ୍ର ବିଶୋଇ, ଅଭିମନ୍ୟୁ ସାହୁ, ମୋହନ ପାତ୍ର ହିଆଲ, ଶ୍ରୀନିବାସ ପଟନାୟକ ଙ୍କ ସମେତ ଅନେକ କର୍ମୀ ଉପସ୍ତିତ ରହିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ୍ ଜେନାଙ୍କ ରିପୋର୍ଟ fast news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ