।। ଲକ୍ଷେଘର ଗଣ୍ଡା ସମାଜ ତରଫରୁ ସମ୍ବିଧାନ ଦିବସ ପାଳିତ ।।

Nov 27, 2023 - 20:54
 0  15
।। ଲକ୍ଷେଘର ଗଣ୍ଡା ସମାଜ ତରଫରୁ ସମ୍ବିଧାନ ଦିବସ ପାଳିତ ।।

ବଲାଙ୍ଗୀରଜିଲ୍ଲା ଟିଟିଲାଗଡ ସହରର ଏଗାର ନମ୍ବର ୱାର୍ଡ ବ୍ଲକପଡା ଠାରେ ଲକ୍ଷେଘର ଗଣ୍ଡା ସମାଜ ତରଫରୁ ସଭାପତି ଘନଶ୍ୟାମ ତାଣ୍ଡି ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଲିତ ହୋଇ ଯାଇଛି ।ପ୍ରଥମେ ଦୀପ ପ୍ରଜ୍ବଳନ କରିବା ସହିତ ସମ୍ବିଧାନ ନିର୍ମାତା ଡ:ଆମ୍ବେଦକର ଏବଂ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଥିଲା। ଛତିଶଗଡ଼ N T P C -GM ବିରୁସିଂ ନାଗ ମୁଖ୍ୟ ଅତିଥିରୂପେ ଯୋଗଦାନ ଦେଇଥିଲେ l,ଏବଂ ସମ୍ମାନିତ ବକ୍ତା ହେମକାନ୍ତ ବାଗ ,ବଲାଙ୍ଗୀର ଅନୁସୂଚୀତଜାତି ପରିଷଦ ସଭାପତି ମଗନଲାଲ ସୁନା , ଆଇନଜୀବୀ ମିତ୍ର ସାଗର, ଓ ବୁଦ୍ଧିଜୀବୀ ଝରୁ ଜଗତ,ଶ୍ରୀ ଟଙ୍କଧର ତାଣ୍ଡି ମଞ୍ଚାସିନଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡ. ଆମ୍ବେଦକର ଙ୍କ ର ଭାରତ ସମ୍ବିଧାନ ନିର୍ମାଣର କାଯ୍ୟ ପ୍ରଣାଳୀ ଏଵଂ ସମ୍ବିଧାନ ର ମୂଲ୍ୟବୋଧ ଉପରେ ମୁଖ୍ୟଅତିଥିମାନେ ବକ୍ତବ୍ୟ ରଖିଥିଲେ ।ଆଗାମୀ ଦିନରେ ସମ୍ବିଧାନ ସଚେତନ ପାଇଁ କର୍ଯ୍ୟକର୍ମ ଗୁଡ଼ିକ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ ଲକ୍ଷେଘର ଗଣ୍ଡା ସମାଜ ର ସାଧାରଣ ସମ୍ପାଦକ ଅର୍ଜୁନ ନାଗ ସଂଯୋଜନା କରିଥିବା ସ୍ଥଳେ , କିଶନ ନାଗ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ଜିତେନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ହରିଶଙ୍କର ନାଗ, ରାଜ ତାଣ୍ଡି,ସରସ୍ଵତୀ ନାଗ,ଧୁବ ହରପଲ୍,ତନୁ ସୁନା,ଅଭି ବାଗ,କୈବର୍ତ୍ତ ବାଗ,ବସ୍ରମ୍ ବାଗ,କାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

ଟିଟିଲାଗଡ଼ ରୁ ବାଲ କୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ