ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

May 30, 2024 - 12:08
May 30, 2024 - 12:08
 0  18
ଲକ୍ଷାଧିକ ଟଙ୍କାର  ଶାଗୁଆନ କାଠ ଜବତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବନ ବିଭାଗ ପକ୍ଷରୁ ପଗାରପାଣି ଗ୍ରାମରେ ଚଢ଼ଉ କରି ଶାଗୁଆନ କାଠ ଜବତ କରିବା ସହ ଏହି ଘଟଣାରେ ବନ ବିଭାଗ ୨ ଭାଇ ନୃତ ତାଣ୍ଡି (୬୫) ଓ କୃତ ତାଣ୍ଡି (୬୦)ଙ୍କୁ ଗିରଫ କରିଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି। ଅଭିଯୁକ୍ତ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ନୂଆପଡ଼ା ରେଞ୍ଜ ଅଧିକାରୀ ସୁନୀଲ ମିଶ୍ରଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଫରେଷ୍ଟର ଖଗେଶ୍ବର ମାଝୀ, ବିଘ୍ନରାଜ ପୋଢ଼, ଟିକେଦେଇ ଶବର, ହିମାଦ୍ରୀ ସରାଫ, ଫରେଷ୍ଟ ଗାର୍ଡ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର, ସସ୍ମିତା ବାଗ, ଧନଞ୍ଜୟ ନିଆଲ ଓ ପ୍ରେମ ତାଣ୍ଡି ସାମିଲ ଥିଲେ।

ନୂଆପଡ଼ାରୁ ବିଶ୍ଵନାଥଃସ ସାମଲଙ୍କ ରିପୋର୍ଟ fast news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ