।। ରୋହିତ ଅଗ୍ରୱାଲ ଙ୍କ ବାଲାଜୀ ଟାୟାର୍ସ ଅଫିସ ତଥା ଗୋଦାମ ଉପରେ ପୁଣି ଥରେ ଜି ଏସ ଟି ବିଭାଗ ର ଏନଫୋର୍ସମେଣ୍ଟ ବିଭାଗ ବ୍ୟାପକ ପରିମାଣ ରେ ଟ୍ୟାକ୍ସ ।।

Jun 21, 2024 - 12:19
 0  14
।। ରୋହିତ ଅଗ୍ରୱାଲ ଙ୍କ ବାଲାଜୀ ଟାୟାର୍ସ ଅଫିସ ତଥା ଗୋଦାମ ଉପରେ ପୁଣି ଥରେ ଜି ଏସ ଟି ବିଭାଗ ର ଏନଫୋର୍ସମେଣ୍ଟ ବିଭାଗ ବ୍ୟାପକ ପରିମାଣ ରେ ଟ୍ୟାକ୍ସ ।।

ଜି ଏସ ଟି ରେଟ ଟିଟିଲାଗଡ଼ ସହର ର ରଘୁନାଥ ପଡା ସ୍ଥିତ ଗଜାନନ ଅଗ୍ରୱାଲ ତଥା ତାଙ୍କ ପୁଅ ରୋହିତ ଅଗ୍ରୱାଲ ଙ୍କ ବାଲାଜୀ ଟାୟାର୍ସ ଅଫିସ ତଥା ଗୋଦାମ ଉପରେ ପୁଣି ଥରେ ଜି ଏସ ଟି ବିଭାଗ ର ଏନଫୋର୍ସମେଣ୍ଟ ବିଭାଗ ବ୍ୟାପକ ପରିମାଣ ରେ ଟ୍ୟାକ୍ସ ଫାଂକୁଥିବା ନେଇ ଚଢ଼ାଉ କରିଛି l ଆଜି ସଂଧ୍ୟା ରେ ରାଉରକେଲା ସ୍ଥିତ ଜି ଏସ ଟି ବିଭାଗ ର ଏନଫୋର୍ସମେଣ୍ଟ ବିଭାଗ ଆଜି ଛଅ ଜଣିଆ ଟିମ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗ ରେ ବାଲାଜୀ ଟାୟାର୍ସ ଉପରେ ଚଢ଼ାଉ କରିଛି l ଗଜାନନ ଅଗ୍ରୱାଲ ଏମ ଆର ଏଫ ଟାୟାର୍ସ ର ବ୍ୟବସାୟୀ ଭାବରେ ରହିଥିବା ବେଳେ ସିମେଣ୍ଟ, ଲୁହା ରଡ଼ ଆଦି ର ମଧ୍ୟ ଗୋଦାମ କରି ଗ୍ରାହକ ମାନଙ୍କୁ ବିନା ବିଲ ଭାଉଚର ରେ ଲକ୍ଷ ଲକ୍ଷ ଟଙ୍କା ର ବ୍ୟବସାୟ କରି ଆସୁଥିବା ଟାୟାର୍ସ ଗୁଡିକ ମଧ୍ୟ ବିନା ବିଲ ଭାଉଚର ରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ର ଟ୍ୟାକ୍ସ ଫାଂକୁଥିବା ଅଭିଯୋଗ ହୋଇ ଆସୁଥିଲା l ଗତ 2023 ମସିହାରେ ମଧ୍ୟ ଗଜାନନ ଅଗ୍ରୱାଲ ଙ୍କ ଏହି ଅଫିସ ଏବଂ ଗୋଦାମ ଉପରେ କଳାହାଣ୍ଡି, ଭବାନୀପାଟଣା ର ଜି ଏସ ଟି ବିଭାଗ ର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରି ବ୍ୟାପକ କାଗଜପତ୍ର ଜବତ କରିଥିଲା ,

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ