ରୋଟାରୀ କ୍ଲବ୍‌ ଫୁଲବାଣୀର ୪୫ ତମ ଅଧିଷ୍ଠାନ ଉତ୍ସବ ପାଳିତ

Aug 3, 2025 - 21:26
 0  9
ରୋଟାରୀ କ୍ଲବ୍‌ ଫୁଲବାଣୀର ୪୫ ତମ ଅଧିଷ୍ଠାନ ଉତ୍ସବ ପାଳିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବ୍‌ ର ୪୫ ତମ ଅଧିଷ୍ଠାନ ଉତ୍ସବ ସେନାପତି ରିସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଇଏସ ଅଫିସର (ଡି ଜି ଇ ଆର ଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗ ଦେଇ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ। ଏଥି ସହିତ ଗତ ବର୍ଷ ଅର୍ଥାତ ୨୦୨୪-୨୫ ବର୍ଷରେ ରୋଟାରି କ୍ଲବ ଫୁଲବାଣୀ ର ଉଲେଖନୀୟ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ବୁକ ରେକର୍ଡ ଏବଂ ଏସିଆ ଵୁକ ରେକର୍ଡରେ ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ l ସବୁଠାରୁ ଆକର୍ଷଣୀୟ ଥିଲା ମାତୃ ପିତୃ ବନ୍ଦନା ଉତ୍ସବ ଯେଉଁଥିରେ ୧୫୦୦ ଶହ ଛାତ୍ର ଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସର ରେ ୨୦୨୫-୨୬ ବର୍ଷ ପାଇଁ ରୋଟାରୀଆନ୍‌ ପ୍ରକାଶ କୁମାର ପଣ୍ଡା ସଭାପତି ଓ ଆଇନଜୀବୀ ବିରଜl ପ୍ରସାଦ ନାହାକ ସଂପାଦକ ଭାବରେ ପୂର୍ବ ସଭାପତି ରୋଟାରୀଆନ୍‌ ବିପ୍ର ଚରଣ ପାତ୍ର ଏବଂ ସଂପାଦକ ଆଇନଜୀବୀ ରୋଟାରୀଆନ୍‌ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ଠାରୁ ଦାୟିତ୍ତ୍ୱ ଗ୍ରହଣ କରିଥିଲେ। ସଭାପତି ଶ୍ରୀ ପଣ୍ଡା ଦାୟିତ୍ୱ ଗ୍ରହଣ ପରେ ଆଗାମୀ ବର୍ଷରେ ରୋଟାରୀ ଯେଉଁ କାର୍ଯ୍ୟକ୍ରମ କରିବ, ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ନିଜର ନୂଆ ଟିମକୁ ସମସ୍ତଙ୍କ ସହ ପରିଚିତ କରିବା ଅବସରରେ ସେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ। ଏହି ଅଧିଷ୍ଠାନ ଉତ୍ସବରେ ଜିଲ୍ଲା ବାହାରୁ ଆସିଥିବା ରୋଟାରୀ କ୍ଲବ୍‌ର ପ୍ରତିନିଧି ଯୋଗଦେଇଥିଲେ। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ ପୂର୍ବ ସଭାପତି ଓ ସଂପାଦକଙ୍କୁ ସଭାପତି ଶ୍ରୀ ପଣ୍ଡା ସମ୍ମାନୀତ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ ରୋଟାରୀଆନ୍‌ ପ୍ରସନ୍ନ ପଣ୍ଡା ଏବଂ ଡି ଅରୁଣା କରିଥିଲେ l ଏହି ଅବସରରେ ସମସ୍ତ ରୋଟାରୀ ସଦସ୍ୟ ସଦସ୍ୟା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସଂପାଦକ ବିରଜା ପ୍ରସାଦ ନାହାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ