ରେଙ୍ଗାଳବେଡା ଗ୍ରାମରେ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସୋମାରହ ନୃତ୍ୟରେ ଦୁଲୁକିଲା ରେଙ୍ଗାଳବେଡା ସ୍ପଟ ପଡିଆ
ରାଇରଙ୍ଗପୁର ୨୦/୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଚଢେଇ ପାହାଡି ପଂଚାୟତ ର ରେଙ୍ଗାଳବେଡା କ୍ଲବର ୩୬ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଚଢେଇ ପାହାଡି ସମିତି ସଭ୍ୟା କୁନି ସର୍ଦାର, ସରୋଜ ମହାନ୍ତ ବିଜେପି ନେତା,ଅହମଦ ମହାନ୍ତ, ବାଞ୍ଛା ବାବୁ,ଚଢେଇ ପାହାଡି ସରପଞ୍ଚ ସମବାରୀ ମୁଣ୍ଡା, ପୂର୍ବତନ ସରପଞ୍ଚ ସମାୟ ମୁଣ୍ଡା ପୂର୍ବତନ ସରପଞ୍ଚ ମହେନ୍ଦ୍ର ହାଁସଦା,ଆତୁ ମାଝୀ ଖଗେଶ୍ୱର ମୁଣ୍ଡା, ଆତୁ ମାଝୀ ରାମ ସୋରେନ, ରେଙ୍ଗାଳବେଡା ସ୍କୁଲ ଶିକ୍ଷକ ରତ୍ନାକର ହେମ୍ବ୍ରମ, ଶଶିକାନ୍ତ ମାର୍ଣ୍ଡି, ଦାଖିନନାଥ ମୁର୍ମୁ, ସୁକୁଲାଲ ମୁର୍ମୁ,ପୂର୍ବତନ ସମିତି ସଭ୍ୟା ରୀନା ହେମ୍ବ୍ରମ, ଚଢେଇପାହାଡି ହାଇସ୍କୁଲ ର ଶିକ୍ଷକ କାରୁ ବାସ୍କେ, ବି୍ରଧାନ ମୁଣ୍ଡା, ଗୋବିନ୍ଦପୁର ସ୍କୁଲ ର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତ ଏବଂ ୟୁଟ୍ୟୁବର ଲମ୍ବୁ ଦାଦା ଯୋଗ ଦେଇଥିଲେ l ବୟସ୍କ ପୁରୁଷ ମାନଙ୍କ୮୦୦ମିଟର ଦୌଡ଼, ବାଳକ ମାନଙ୍କ ୪୦୦ମିଟର ଦୌଡ଼,ବାଳିକାଙ୍କ ୨୦୦ମିଟର ଦୌଡ଼, ବେଳୁନଫୋଟା,ମିଉଜିକ ଚେୟାର, ଅଙ୍କକଷା, ବାଲଟିରେ ବଲ ପୁରେଇବା,ବାଳିକା ଓ ଯୁବତୀ ଲାଖବିନ୍ଧା ବିଭାଗରେ ବିଭିନ୍ନ କୌତୁକିଆ ଖେଳ ଆୟୋଜିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ପାରମ୍ପରିକ ଡlଣ୍ଠl,ଡ୍ରାମା, ଡିସ୍କୋ ନାଚରେ ଖେଳ ପଡିଆ ଦୁଲୁକି ଉଠିଥିଲା l ଆଖପାଖର ସହସ୍ରାଧିକ ଜନସମାଗମ ହୋଇଥିଲା l୧୬ଟି ଟିମ ନେଇ ଫୁଟବଲ ଖେଳ ମଧ୍ୟ ହୋଇଥିଲା l ପ୍ରଥମ ପୁରସ୍କାର ବ୍ଲାକ ହଣ୍ଟର, ଦ୍ୱିତୀୟ ତୁଳସିବନି, ତୃତୀୟ ବାଙ୍ଗାଲୋର ଏଫସି ଏବଂ ଚତୁର୍ଥ ଯାମପାଣି ଟିମ ପୁରସ୍କାର ମିଳିଥିଲା l କ୍ଳବର ସଦସ୍ୟ ବେଣୁଧର ମୁଣ୍ଡା, ଲାକ୍ଷୀରାମ ମୁଣ୍ଡା, ସୁବାଷ ଚନ୍ଦ୍ର ମୁଣ୍ଡା, ରଘୁନାଥ ମୁଣ୍ଡା, ସୁରାଇ ହାଁସଦା, ଡମାନ ସୋରେନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0