।। ରାସ୍ତାମଝିରେ ଜଳିଗଲା ବାଇକ୍ କ୍ଷଣକେବର୍ତ୍ତି ଯାଇଥିଲେ ବାଇକ୍ ଚାଳକ ।।

ରାୟଗଡା ଜିଲ୍ଲା ମୁନିଗୁଡା ତହସିଲ ଛକ ନିକଟରେ ଆଜି ଗୋଟିଏ ବାଇକ୍ ଚଳନ୍ତା ଅବସ୍ଥାରେ ନିଆଲାଗି ହୁତୁହୁତୁ ହୋଇ ଜଳିଯିବା ଦେଖିବାକୁ ମିଳିଛି । ବାଇକ୍ ଚାଳକ ଜଣକ କୌଶଳ କ୍ରମେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁଯାଇ: କନ୍ଧମାଳ ଜିଲ୍ଲା ବଣ୍ଡାପିପିଲି ଅଞ୍ଚଳର ପିଣ୍ଟୁ ନାଗ୍ ସେ କୌଣସି କାମରେ ମୁନିଗୁଡା ଆସି ନିଜ କାମ ସାରି ଫେରୁଥିବା ବେଳେ ତାଙ୍କ ହୋଣ୍ଡା ସିଡିଆର୍ ବାଇକ୍ ଟି ଚଳନ୍ତା ଅବସ୍ଥାରେ ମେନ୍ ରୋଡ ଉପରେ ନିଆ ଲାଗିଯାଇଥିଲା । ଜୁବକ ଜଣକ କୌଶଳ କ୍ରମେ ବାଇକ୍ ଟିକୁ ରାସ୍ତା ମଝିରେ ଛାଡି ଗାଡିରୂ ଓଲ୍ହାଇ ପଡିଥିଲେ । ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ସଟ୍ ସର୍କିଟ ଯୋଗୁ ବାଇକ୍ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଉପରେ ଲୋକ ମାନଙ୍କ ଭିଡ ଜମିବାରେ ମେନ୍ ରୋଡ ରାସ୍ତା ଜାମ ହୋଇଯାଇଥିଲା । ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମେନ୍ ରୋଡ ଉପରେ ଜାମ୍ ହୋଇଥିବା ଲୋକ ମାନଙ୍କୁ ହଟାଇଥିଲା ।
ମୁନିଗୁଡାରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






