।। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ।।

Sep 3, 2024 - 19:04
 0  11
।। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ।।

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ - ୨୦୨୪ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ବିଇଓ ମହେଶ୍ବର ମାଝୀ, ଏବିଇଓ ବଳରାମ ବେହେରା ଓ ବଂଶୀଧର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକାବତୀ ସାହାଣୀ ଏବଂ ସମସ୍ତ ସିଆରସିସି ଉପସ୍ଥିତ ରହି ପିଲାମାନଙ୍କୁ ଉଦବୋଧନ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ।।ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟରୁ ବରିଷ୍ଠ ବିଭାଗ ରୁ ୧୦୦ ଜଣ ଛାତ୍ରଛାତ୍ରୀ, କନିଷ୍ଠ ଓ ଉପକନିଷ୍ଠ ବିଭାଗ ରୁ ୧୫୦ ଜଣ ମୋଟ୍ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଗାଇଡ ଟିଚର ଏବଂ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମିଶାଇ ମୋଟ ୩୫୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରତିଯୋଗିତା କୁ‌ ପରିଚାଳନା କରୁଥିଲେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସିମାନେ। ପ୍ରତିଯୋଗିତା ରେ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ହେବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର, ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ବରିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ର ଛାତ୍ର ଦିନବନ୍ଧୁ ସେଠୀ, କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର ଓଡିଶା ଆଦର୍ଶ ବିଦ୍ୟାଳୟ ଦଣ୍ଡପଦର ର ସପ୍ତମ ଶ୍ରେଣୀ ଛାତ୍ର ଶିବାଶିଷ ପଣ୍ଡା ଓ ଉପ କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମାପଦର ର ଛାତ୍ରୀ ସୁପ୍ରଭା ଦଣ୍ଡିଆ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ