ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡିଚମ୍ପିୟାନସିପରେ ପି ସି ପୂର ସ୍କୁଲର ଦୁଇ ଖେଳାଳି

Nov 18, 2025 - 17:44
 0  2
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡିଚମ୍ପିୟାନସିପରେ ପି ସି ପୂର ସ୍କୁଲର ଦୁଇ ଖେଳାଳି

ବାରିପଦା - ତା :- ୧୮/୧୧/୨୦୨୫ ରିଖ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବନାଇ ଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟାନସିପ ଅନୁଷ୍ଠିତ ହେବାକୁ ଯାଉଅଛି I ଚଳିତ ମାସ ୨୦ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିୟାନସିପରେ ୧୪ ବର୍ଷରୁ କମ ମୟୁରଭଞ୍ଜ ଦଳରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗାଜ ଟୁଡୁ ( ୭ମ ଶ୍ରେଣୀ ) ଓ ନିମାଇଁ ମୁର୍ମୁ ( ୮ମ ଶ୍ରେଣୀ )ସ୍ଥାନ ପାଇଛନ୍ତି I ଉଭୟ ଖେଳାଳି ବିଶୋଇ ଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ଚମ୍ପିୟାନସିପରେ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ଏହି ସୁଯୋଗ ପାଇଥିବାରୁ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, କ୍ରୀଡା ଶିକ୍ଷକ ଅଭିଷେକ ବେହେରା, ୱାର୍ଡେନ ସରୋଜ କୁମାର ସାବତ, କଳା ଶିକ୍ଷକ ମହେଶ୍ୱର ମାର୍ଣ୍ଡି ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ