।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ଉଦଘାଟିତ (ମୟୁରଭଞ୍ଜ ଓ ବୌଦ୍ଧ ବିଜୟୀ) ।।

Sep 25, 2024 - 21:12
 0  46
।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ଉଦଘାଟିତ (ମୟୁରଭଞ୍ଜ ଓ ବୌଦ୍ଧ ବିଜୟୀ) ।।

ବାରିପଦା - ତା :- ୨୫/୦୯/୨୦୨୪ ରିଖ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସାହାଣୀ କପ - ୨୦୨୪ କୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ଫାଓର ଉପ ସଭାପତି ପଦ୍ମଲୋଚନ ଲେଙ୍କା, ଅସିତ ପତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସୁବ୍ରମନିୟମ ମହାନ୍ତି, ମନୋଜ ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ତଥା କାଉନସିଲ ସଦସ୍ୟ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ବୌଦ୍ଧ ଅନୁଗୁଳକୁ ୪ - ୧ ରେ ଗୋଲରେ ବିଜୟ ଲାଭ କରିଛି I ବୌଦ୍ଧ ପକ୍ଷରୁ କେଦାର ପଟେଲ (୪ ମି ), ସାଗର ଗୁପ୍ତା (୨୫ ମି ) ଓ ଅନୁରାଗ ସାହୁ (୨୮ଓ ୭୨ମି ) ରେ ଗୋଲ କରିଥିବା ବେଳେ ଅନୁଗୁଳ ତରଫରୁ ଫାତୁ ଚରଣ ମୁର୍ମୁ (୪୪ମି ) ରେ ଏକ ମାତ୍ର ଗୋଲ କରିଥିଲେ I ଲକ୍ଷ୍ମଣ ଶେଖ, ବିବେକ କୁମାର ନାୟକ, ବାପୁନ କୁମାର ମହାନ୍ତ ଓ ସତ୍ୟ ନାରାୟଣ ମିଶ୍ର ଖେଳ ପରିଚାଳନା କରିଥିଲେ I ବୌଦ୍ଧ ଦଳର ଅନୁରାଗ ସାହୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ସ୍ୱ. ମହେଶ ଦାଶ ସ୍ମୃତି ସମ୍ମାନ ସ୍ୱରୂପ ତାଙ୍କ ସୁପୁତ୍ର ଲୋହିତ ଦାଶ ୨ ହଜାର ଟଙ୍କା ପ୍ରତ୍ସାହନ ରାଶି ଓ ଉପଢୌକନ ଦେଇ ମୁଖ୍ୟ ଅତିଥିଙ୍କ ହାତରେ ସମ୍ମାନିତ କରିଥିଲେ I ଦ୍ଵିତୀୟ ମ୍ୟାଚରେ ଆୟୋଜକ ମୟୁରଭଞ୍ଜ ଭଦ୍ରକ କୁ ୨-୧ ଗୋଲରେ ପରାସ୍ତ କରିଥିବାବେଳେ ମୟୁରଭଞ୍ଜର ହାମ୍ବିରା ହେମ୍ବ୍ରମ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ I ମୟୁରଭଞ୍ଜ ତରଫରୁ ଫାଗୁ ହେମ୍ବ୍ରମ (୨ମି ) ଓ ହାମ୍ବିରା ହେମ୍ବ୍ରମ (୬୮ମି ) ରେ ଗୋଲ ଦେଇଥିବା ବେଳେ ଭଦ୍ରକ ଦଳର ବିଜୟ କିସ୍କୁ (୫୦ମି ) ରେ ଏକ ମାତ୍ର ଗୋଲ କରିଥିଲେ I ଲକ୍ଷ୍ମଣ ସାଠ, ବିବେକ କୁମାର ନାୟକ, ସୂର୍ଯ୍ୟ ନାରାୟଣ ମିର୍ଦା ଓ ବାପୁନ କୁମାର ମହାନ୍ତ ଖେଳ ପରିଚାଳନା କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ I ବାରିପଦାରୁ ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ