।। ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ:ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ।।

Sep 5, 2024 - 20:46
 0  13
।। ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ:ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ।।

ନବରଙ୍ଗପୁର, ତା : ୦୫.୦୯.୨୦୨୪: ଆଜି ସହର ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି ! ଏହି ଉପଲକ୍ଷେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ବୃତ୍ତି ସମ୍ମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ! ଗୁରୁ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟ ନିର୍ମାଣ କରନ୍ତି ନାହିଁ ସେମାନେ ସମାଜର ମାର୍ଗଦର୍ଶକ ! ଆଜି ଆମେ ଯେଉଁ ସ୍ଥାନରେ ଅଛୁ ତାର ଶ୍ରେୟ କେବଳ ଆମ ଗୁରୁମାନଙ୍କର ! ପବିତ୍ର ଗୁରୁ ଦିବସ ରେ ଏହି ମତ ସାରା ରାଜ୍ୟରେ ପ୍ରକାଶ ପାଇଥିଲା ! ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ,ଡି. ଇ. ଓ. ଛତ୍ରପତି ସାହୁ,ଡି. ଆଇ. ଇ. ଟି. ଅଧ୍ୟକ୍ଷ ଅରବିନ୍ଦ ମଣୋହି, ଏ. ଡି. ଇ. ଓ. ରେଶମଲାଲ୍ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ! ବକ୍ତାମାନେ ଗୁରୁମାନଙ୍କୁ ସମ୍ମାନ ଦେବା,ପାଠ ପଢି ଭଲ ମଣିଷ ହେବା, ଉତ୍ତମ ଚରିତ୍ର ଗଠନ ଓ ସମାଜ ରେ ନିଜର ପରିଚୟ ସୃଷ୍ଟି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ ! ଏହି ଉପଲକ୍ଷେ ଚଳିତ ବର୍ଷ ୨୦୨୩-୨୪ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ମାନଙ୍କୁ ଚୟନ କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଉଛି ! ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରୁ ରଜ୍ୟସ୍ତରକୁ ୩ ଜଣ,ଜିଲ୍ଲା ସ୍ତରରେ ୧୧୫ ଜଣ,ବ୍ଲକ ସ୍ତରରେ ୧୦୭୧ ଜଣ,ଓଡ଼ିଆ ଭାଷା ବୃତ୍ତିରେ ୨୯ ଜଣ ଏଭଳି ମୋଟ ୧୨୧୮ ଜଣ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ୨୦,୦୦୦ ଟଙ୍କା,ଜିଲ୍ଲା ସ୍ତରୀୟ ପୁରସ୍କାର ପାଇଁ ୧୦,୦୦୦ ଟଙ୍କା ଏବଂ ବ୍ଲକ ସ୍ତରିୟ ପାଇଁ ୫୦୦୦ ଟଙ୍କା ଓ ଭାଷା ବୃତ୍ତି ପାଇଁ ୭୫୦୦ ଟଙ୍କା ପୁରସ୍କାର ରାଶି ତାଙ୍କ ବ୍ୟାଙ୍କ୍ ଖାତାରେ ଜମା ହେବ ! ଆଜି ଏହି ସମାରୋହ ଉତ୍ସବ ରେ ଜିଲ୍ଲାର ୧୦ ଟି ବ୍ଲକ ର ୧୦୭୧ ଜଣଙ୍କୁ ଓ ଭାଷା ବୃତ୍ତି ଭାବେ ୨୯ ଜଣଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା ! ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ସହ ଗୁରୁ ମାନଙ୍କୁ ମଧ୍ୟ ସାର୍ଟିଫିକେଟ ସହ ସମ୍ମାନୀତ କରାଯାଇଥିଲା ! ସମାରୋହରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବି. ଇ. ଓ,ଶିକ୍ଷକ, ଶିକ୍ଷୟତ୍ରୀ ତଥା ଗଣମାଧ୍ୟମ ପ୍ରତିନିଧିଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ