।। ରାଜସ୍ୱ ବିଭାଗୀୟ କମିଶନର, ଉତ୍ତରାଞ୍ଚଳ ଡିଭିଜନ, ସମ୍ବଲପୁର ଡାଃ.ସୁରେଶ ଚନ୍ଦ୍ର ଦଳେଇ ଙ୍କ ଏକ ଦିନିକିଆ ନୂଆପଡା ଗସ୍ତ ।।

Nov 6, 2023 - 06:26
 0  31
।। ରାଜସ୍ୱ ବିଭାଗୀୟ କମିଶନର, ଉତ୍ତରାଞ୍ଚଳ ଡିଭିଜନ, ସମ୍ବଲପୁର ଡାଃ.ସୁରେଶ ଚନ୍ଦ୍ର ଦଳେଇ ଙ୍କ  ଏକ ଦିନିକିଆ ନୂଆପଡା ଗସ୍ତ ।।

ରାଜସ୍ୱ ବିଭାଗୀୟ କମିଶନର, ଉତ୍ତରାଞ୍ଚଳ ଡିଭିଜନ, ସମ୍ବଲପୁର ଏକ ଦିନିକିଆ ନୂଆପଡା ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ ସଦଦ୍ଭାବନା ଗୃହରେ ଜ଼ିଲ୍ଲା ସ୍ଥରୀୟ ଅଧିକାରୀ ଏବଂ ରାଜ୍ୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ମାନଙ୍କ ବୈଠକ ସହ ଆଲୋଚନା କରିଥିଲେ। ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ବିଷୟ ରେ ବିବରଣୀ ରଖିଥିଲେ। ଗତ ୨୭.୧୦.୨୦୨୩ ରୁ ୯.୧୨.୨୦୨୩ ପର୍ଯ୍ୟନ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ ସେଥିରେ ନୂତନ ଭୋଟର ଭାବରେ ନାମ ଅନ୍ତର୍ଭୂକ୍ତ କରିପାରିବେ ଏବଂ କିଛି ଭୁଲ ତ୍ରୁଟି ଥିଲେ ସଂଶୋଧନ କରିପାରିବେ l ମତଦାତା ସୂଚୀ ପର୍ଯ୍ୟବେକ୍ଷକ ଡାଃ.ସୁରେଶ ଚନ୍ଦ୍ର ଦଳେଇ, (ଭା.ପ୍ରା.ଅ), ରାଜସ୍ୱ ବିଭାଗୀୟ କମିଶନର ଉତ୍ତରାଞ୍ଚଳ ଡିଭିଜନ, ସମ୍ବଲପୁର ସହିତ ଅତିରିକ୍ତ ଦାୟିତ୍ୱ କେନ୍ଦ୍ରାଞ୍ଚଳ ଡିଭିଜନ, କଟକ ମଧ୍ୟ ନୂଆପଡା ଗସ୍ତ କରିଥିଲେ l ଏହି ଗସ୍ତ ସମୟରେ ସେ କେତେ ଗୁଡିଏ ବୁଥ ପରିଦର୍ଶନ କରିଥିଲେ. ଯଥା-ସାହିପଲା, ଦର୍ଳିମୁଣ୍ଡା, ଗୋଡଫୁଲା. ସେଠାରେ ସେ ବୁଥ ସ୍ତରୀୟ ଅଧିକାରୀ ଏବଂ ନୂତନ ଭୋଟର ମାନଙ୍କ ସହିତ ଆଲୋଚନା କରିଥିଲେ l ଏ ମାନଙ୍କର ଭୂମିକା ଗୁରୁତ୍ୟପୂର୍ଣ ଅଟେ ଯେହେତୁ ସେମାନେ ଲୋକଙ୍କ ସହ ସବୁବେଳେ ଜଡିତ ସେମାନେ କେମିତି ଜିଲ୍ଲା ର ସମସ୍ତେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ ସେଥି ପାପାଇଁ ଜଡିତହେବl କଥା ତାହା ବୁଝାଇଥିଲେ । ନିର୍ବାଚନ କମିଶନର ଙ୍କ ମୁଖ୍ୟ ଉଦେଶ୍ୟ ହେଲା” ନୂଆପଡା ଜିଲ୍ଲା ଅଛି ଯାହାକୁ ପର୍ଯ୍ୟବେକ୍ଷକ ପ୍ରସଂଶା କରିଥିଲେ ଜିଲ୍ଲାପାଳ ନୂଆପଡା l ୯. ୧୮-୧୯ ବର୍ଷ ହେଇଥିବା ସମସ୍ତ ଯୁବକ ଯୁବତୀ ମାନକର ଭୋଟର ଲିଷ୍ଟରେ ନାମ ପଞ୍ଜିକରଣ ନିମନ୍ତେ ଆମେ ସମସ୍ତେ ଚେଷ୍ଟିତ ହେବା ବୋଲି ସେ କହିଥିଲେ l ଏହି କାର୍ଯ୍ୟକ୍ରମରେ ନୂଆପଡା ଜ଼ିଲ୍ଲାପାଳ ହେମକାନ୍ତ ସାୟ, ଉପ ଜ଼ିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା, ଦିପୁଟି କଲେକଟର ଆଲୋକ କୁମାର ଅନୁଗୁଲ୍ଲୀଆ, ବିଜେଡି ଜ଼ିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଅଭୟ ଶଙ୍କର ଯୋଶୀ (ଆଇ.ଏନ.ସି), କଂଗ୍ରସ ଦଳର ଦେବଦତ୍ତ ଦୀକ୍ଷିତ, ବି.ଏସ.ପି ଦଳର ସଭାପତି କୁନ୍ତୀ ସାହୁ, ଆପ୍ ସଭାପତି ଚମ୍ପେଶ୍ୱର ବନଛୋର, ଆପ୍ ମେମ୍ବର ରିଖୀ ରାମ ସତନାମୀ, ଲକ୍ଷ୍ମୀ କାନ୍ତ ତାଣ୍ଡି, ବିଜେପି ଦଳର ମାଲ୍ୟବନ୍ତ ସୁନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ