।। ରାଇନା ସିକାବାଡି ଜିଓ ଟାୱାର ଉଦଘାଟନ ସାଂସଦ ସପ୍ତଗିରି ଉଲାକା ।।

Jan 30, 2024 - 12:02
 0  31
।। ରାଇନା ସିକାବାଡି ଜିଓ ଟାୱାର ଉଦଘାଟନ ସାଂସଦ ସପ୍ତଗିରି ଉଲାକା ।।

ରାୟଗଡ଼ା ଜିଲ୍ଲା କୋଲନରା ତା-୨୮/୦୧/୨୦୨୪ କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ସୁରୀ ପଞ୍ଚାୟତର ଫକିରୀ ଓ କୁମ୍ବାଇଗୁଡା ଗ୍ରାମରେ ଏବଂ ବଡ ଖିଲାପଦର ପଞ୍ଚାୟତର ରାଇନା ସିକାବାଡି ଗ୍ରାମରେ ଜିଓ ଟାୱାର ଉଦଘାଟନ କରିବା ସହ ବଡ ଖିଲାପଦର ଗ୍ରାମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ. ପରେ ଦୁନ୍ଦୁଲି ପଞ୍ଚାୟତର ତାଣ୍ଡିପୁର, କେଉଟଗୁଡା ଓ ଦୁନ୍ଦୁଲି ଗ୍ରାମରେ ଅନୁଷ୍ଠିତ ସାଧାରଣ ସଭା ରେ ଯୋଗ ଦେବାପରେ, ଗାଡି ଶେଷଖାଲ ପଞ୍ଚାୟତର ରିଭଲକୋଣା, ଭେଜା ଓ ଗାଡି ଶେଷଖାଲ ଗ୍ରାମ ଗୁଡିକରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ. ଏହି ଗସ୍ତ କାର୍ଯ୍ୟକ୍ରମ ରେ ପିସିସି ସଭ୍ୟ ଶ୍ରୀ ଜଗନ୍ନାଥ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଡକ୍ଟର ଆଇ ଗୋବର୍ଦ୍ଧନ ରାଓ, ଦୁନ୍ଦୁଲି ସରପଞ୍ଚ ଶ୍ରୀମତୀ ସବିତା ପେଦେଣ୍ଟି, ଜିଲ୍ଲା ପରିଷଦ ସଭ୍ୟା କୁମାରୀ ସୁନିତା ତାଡିଙ୍ଗି, ଆଶାଇ ବିଧାୟକ ପ୍ରାର୍ଥୀ ନୀଳମାଧବ ଉଲାକା, ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀ ନରେନ୍ଦ୍ର ନିଶାଲ, ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ନିଘ କରକରିଆ, ଶ୍ରୀ କେ. ସୁରୀୟା ରାଓ, ଶ୍ରୀ ଏସ. ମୋହନ ରାଓ, ଶେଷଖାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଲୋକନାଥ କଣ୍ଡାଗରି, ଶ୍ରୀ ଗୋବର୍ଦ୍ଧନ କଣ୍ଡାଗରି, ଶ୍ରୀ ଗୋପୀନାଥ ମିଣିଆକା ଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଓ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ