ରକ୍ତହୀନତା ଓ ଦୃଷ୍ଟିଜନିତ ସମସ୍ୟା ଦୂରୀକରଣ ଦିଗରେ ସଚେତନତା ନେଇ ଅଭିନବ ପ୍ରୟାସ କରିଛନ୍ତି ରାଜ୍ୟପାଳ

Sep 10, 2025 - 19:26
 0  15
ରକ୍ତହୀନତା ଓ ଦୃଷ୍ଟିଜନିତ ସମସ୍ୟା ଦୂରୀକରଣ ଦିଗରେ ସଚେତନତା ନେଇ ଅଭିନବ ପ୍ରୟାସ କରିଛନ୍ତି ରାଜ୍ୟପାଳ

ମାଲକାନଗିରି, ୧୦/୯/୨୫: ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତ ହୀନତା ଓ ଦୃଷ୍ଟି ଜନିତ ସମସ୍ୟା ଉପରେ ସଚେତନ କରିଛନ୍ତି ରାଜ୍ୟପାଳ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ପାଇଁ ୧୨ ଗୋଟି ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର (ଫୋଲ୍ଡିଙ୍ଗ ଓରପ୍ଟର) ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଏଲ ଭି ଆଇ ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ସହଯୋଗ ରେ ଏହାକୁ ପ୍ରଦାନ କରାଯାଇଛି।ତତ୍ ସହିତ ୫୦ ଜଣ ଶିକ୍ଷକଙ୍କୁ ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର(ଫୋଲ୍ଡିଙ୍ଗ ଓରପ୍ଟର) ର ବ୍ୟବହାର ସମ୍ପର୍କରେ ତାଲିମ୍ ଦିଆଯାଇଛି।

ଆଜି ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କ୍ୟାମ୍ପ କରାଯାଇ ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ସେହିପରି ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ରକ୍ତହୀନତା ( ଏନେମିଆ) ଉପରେ ସଚେତନ କରାଯାଇଛି । ରାଜ ଭବନ ପକ୍ଷରୁ ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ବିଟ୍, ଗାଜର ଓ ବାଦାମ ଲଡୁ ( ଚିକି) ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସୂଚନା ଥାଉ କି ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ରାଜ୍ୟପାଳ ଏହି ବିଦ୍ୟାଳୟରେ ଆରମ୍ଭ କରିଛନ୍ତି ଏବଂ ଏହାର ସମସ୍ତ ଖର୍ଚ୍ଚ ରାଜ ଭବନ ପକ୍ଷରୁ ବହନ କରାଯିବ। ଆଜି ରାଜ୍ୟପାଳଙ୍କ ଉପସ୍ଥିତିରେ ଛାତ୍ରୀ ମାନେ ଗାଜର ଓ ବିଟ୍ ଜୁସ୍ ପିଇବା ସହ ଗୋଟିଏ ଲେଖାଏ ବାଦାମ ଲଡୁ (ଚିକି) ଖାଇଛନ୍ତି। ପ୍ରତ୍ୟେକ ଦିନ ସକାଳ ନଅଟାରେ ଛାତ୍ରୀ ମାନଙ୍କୁ ଗୋଟିଏ ଗ୍ଲାସ୍ ଗାଜର ଓ ବିଟ୍ ଜୁସ୍ ସହ ଗୋଟିଏ ଲେଖାଏ ବାଦାମ ଲଡୁ (ଚିକି) ଦିଆଯିବ ।ଏହି ସ୍ୱତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, କମିଶନର ତଥା ସଚିବ ରୂପା ରୋଶନ ସାହୁ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଓ ବନଖଣ୍ଡ ଅଧିକାରୀ ସାଇ କିରଣ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ