ଯୋର ଧରିଲା କଟାଗାଁ କୁ ନୂତନ ବ୍ଲକ ଗଠନ ଦାବି:ଏହି ଦାବି କୁ ୧୦ ଟି ପଞ୍ଚାୟତ ରୁ ମିଳୁଛି ପୁର୍ଣ ସମର୍ଥନ

Sep 1, 2025 - 18:57
 0  114
ଯୋର ଧରିଲା କଟାଗାଁ କୁ ନୂତନ ବ୍ଲକ ଗଠନ ଦାବି:ଏହି ଦାବି କୁ ୧୦ ଟି ପଞ୍ଚାୟତ ରୁ ମିଳୁଛି ପୁର୍ଣ ସମର୍ଥନ

କୋଷାଗୁମୁଡା,( ରଞ୍ଜିତ ନାୟକ ) ତା: ୦୧.୦୯.୨୦୨୫ ରିଖ: ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କଟାଗାଁ ଠାରେ ! କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ତାରାଗାଁ ପଂଚାୟତ ସ୍ଥିତ କଟାଗାଁ କୁ ନୂତନ ବ୍ଲକ ମାନ୍ୟତା ଦେବା ପାଇଁ ଦାବୀ ବର୍ତ୍ତମାନ ଯୋର ଧରିବାରେ ଲାଗିଛି ! ଏନେଇ ଆଜି ତାରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜନ କରାଯାଇଛି ! ଆୟୋଜିତ ଉକ୍ତ ବୈଠକରେ ୧୦ ଗଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟ,ସମିତି ସଭ୍ୟ,ୱାର୍ଡ ମେମ୍ବର ଙ୍କ ସମେତ ଅଞ୍ଚଳ ର ଜ୍ଞାନୀଗୁଣି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ସହସ୍ରାଧିକ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଛି ! ପ୍ରକାଶ ଥାଉକି, କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ୧୦ ଗୋଟି ପଞ୍ଚାୟତ ଯଥା:-ତାରାଗାଁ, ବଡ଼ଗୁମୁଡା,ଆଟିଗାଁ,ଵାଲେଙ୍ଗା, ଏକରୀ, ମୋତିଗାଁ,ବାଙ୍କୁଲୀ,ଏମ କେରାଗାଁ, ବି.ଏମ.ସେମଳା ଓ ଟେମରା଼ ପଞ୍ଚାୟତ ବାସୀଙ୍କ ଙ୍କୁ ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ୪୦ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଯିବାକୁ ପଡୁଥିବା ଯୋଗୁଁ ସବୁବେଳେ ହଇରାଣ ହୋଇଆସୁଛନ୍ତି ! ବ୍ଲକ କାର୍ଯ୍ୟାଳୟର କାମ ହେଉ ଅଥବା ମେଡିକାଲ କାର୍ଯ୍ୟ ହେଉ ଓ ତହସିଲ କାର୍ଯ୍ୟ ହେଉ ସବୁଥିରେ ଅସୁବିଧା ଭୋଗୀ ଆସୁଥିବା ବେଳେ ପ୍ରଶାସନିକ ସୁବିଧା ମଧ୍ୟ ଠିକ ଭାବେ ଏହି ସବୁ ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ ! ବେଳେବେଳେ ପ୍ରଶାସନ ମଧ୍ୟ ଏହିସବୁ ଅଞ୍ଚଳକୁ ଅଣଦେଖା କରୁଥିବା ଅଞ୍ଚଳବାସୀ ଦାବି କରିଆସୁଛନ୍ତି ! ତେଣୁ କୋଟାଗାଁ ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେଲେ ଉପରୋକ୍ତ ୧୦ ଗୋଟି ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା ! ପୂର୍ବରୁ ମଧ୍ୟ ୨୦୧୪ ମସିହାରୁ କଟାଗାଁ କୁ ସ୍ୱତନ୍ତ୍ର ବ୍ଲକ ପାଇଁ ଦାବୀ ହୋଇଆସୁଛି ! ହେଲେ ସେ ସମୟର ସରକାର ଅଞ୍ଚଳବାସୀଙ୍କ ଙ୍କ ଦାବି କୁ ଭ୍ରୁକ୍ଷେପ ନକରିବାରୁ ଅଞ୍ଚଳବାସୀଙ୍କୁ କୌଣସି ସୁଫଳ ମିଳିନଥିଲା ! ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଞ୍ଚଳବାସୀଙ୍କୁ ଏକ ନୂତନ ଆଲୋକ ଦୃଶ୍ୟମାନ ହୋଇଛି ! ତେଣୁ ଏହି ଦାବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ନେଇ ଆଜି ସ୍ଥିର କରାଯାଇଛି ! ଅନ୍ୟପଟେ କୋଷାଗୁମୁଡା ବ୍ଲକ ସ୍ଥିତ କୋଡ଼ିଙ୍ଗା ଅଞ୍ଚଳବାସୀ ମଧ୍ୟ କିଛି ପଞ୍ଚାୟତ ର ସମର୍ଥନ ନେଇ ବିଗତ ଦିନରେ କୋଡ଼ିଙ୍ଗା କୁ ନୂତନ ବ୍ଲକ ଗଠନ ଦାବି ରେ ବସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ବର୍ତ୍ତମାନ ସରକାର ଉଭୟ କୋଡ଼ିଙ୍ଗା ଏବଂ କଟାଗାଁ ରୁ ଉଠୁଥିବା ଦାବି କୁ କେତେ ଗୁରୁତର ସହ ନେଇ କାହା ଦାବି କୁ ପ୍ରାଧାନ୍ୟ ଦେବ ତାହା ଦେଖିବାକୁ ବାକି ରହିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ