।। ଯାଜପୁର ଜଳସମ୍ପଦ ଡିଭିଜନ 12 (ବି) ନଦୀବନ୍ଧ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ।।

Jul 12, 2024 - 18:49
 0  117
।। ଯାଜପୁର  ଜଳସମ୍ପଦ  ଡିଭିଜନ  12 (ବି) ନଦୀବନ୍ଧ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ।।

ଯାଜପୁର ତା:-୧୨/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ବରୀ ,ଯାଜପୁର ଜିଲ୍ଲା ବିଞ୍ଝାରପୁର ଜଳସମ୍ପଦ ସବ ଡିଭିଜନ ଯାଜପୁର ଡିଭିଜନ ଅଧୀନରେ ଥିବା 12(ବି) ନଦୀବନ୍ଧ ପୂର୍ଣ୍ଣଉଦ୍ଧାର ନିର୍ମାଣ ମରାମତି ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି । ଏନେଇ ରାଜ୍ଯ ସରକାରଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣାପଡିଛି।ଜଣାଯାଇଛି ଯେ 2021-22 ମସିହା ରେ 17 କୋଟି 50 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଠିକାଦାର ଜରିଆରେ ମରାମତି ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା।ସେତେବେଳେ କାମ ଅତି ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲା ଅଧିକାରୀ ଯନ୍ତ୍ରୀ କେହି କର୍ଣ୍ଣପାତ କରିନଥିଲେ। ଏବେ ବନ୍ଧ୍ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଚିତ୍ର ସ୍ପଷ୍ଟ ହୋଇଯାଇଛି।ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଠିକାଦାର ଙ୍କ ଦାୟିତ୍ଵ ରହିଥିଲା ବେଳେ ଠିକାଦାର ସମ୍ପୂର୍ଣ୍ଣ ଅର୍ଥ ଉଠାଣ କରି ନେଇଥିବା ଜଣାପଡିଛି।ବିଭାଗୀୟ ଯନ୍ତ୍ରୀ ଙ୍କ ସହିତ ସଲାସୁତୁରା କରି କାମ ଅତି ନିମ୍ନମାନର ହୋଇଛି।ମାଟି କାମ ହେବାର ନିୟମ ଥିଲାବେଳେ ବନ୍ଧ ରେ ମାଟି ବଦଳ ରେ ବାଲି ପକାଇ କାମ କରାଯାଇଛି।ଡଷ୍ଟ, ମେଣ୍ଟାଲ ଆଦୌ ପଡିନାହିଁ ବୋଲି ଅଭିଯୋଗ ହୋଇଛି। କାମ ଚାଲି ଥିଲାବେଳେ ପାଣି ଛିଞ୍ଚନ କରାଯାଇ ନାହିଁ। ପିଚୁ ହେବାର ନିୟମ ଥିଲାବେଳେ ଏଣ୍ଟଟିମେଣ୍ଟ ବଦଳା ଯାଇ ଠିକାଦାର କାମ କରି ବିଲ ହାତେଇ ନେଇଛନ୍ତି। ଏବେ ବର୍ଷା ରୂତୁ ଆସିଯାଇ ଥିବାରୁ ରାସ୍ତାରେ ଗାଢ ସ୍ରୁଷ୍ଟି ହୋଇ ଫାଟି ଯାଇଛି। କାଦୁଅ ପଚର ପଚର ହୋଇ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଦୈନି ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ପାଳସାହି କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଗର୍ଭବତୀ ମହିଳା ଏହି ରାସ୍ତାରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଯାଉଥିଲା ବେଳେ ବାଟରେ ପ୍ରସବ ହୋଇଯାଉଛି। ଏନେଇ ନୂଆ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି।ଯନ୍ତ୍ରୀ ଠିକାଦାର ମିଳିମିଶି ସରକାରୀ ଅର୍ଥ କୁ ଲୁଟ କରିଛନ୍ତି ବୋଲି କୁହାଯାଇଛି।ଏସଂକ୍ରାନ୍ତରେ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ