।। ଯନ୍ତାରେ ପଡିଲା ବାଘ ପରେ ବି ଗାଁ ମୁହାଁ ହୋଇଛି ଆଉ ଏକ ବାଘ ।।

ଗୋଟିଏ କଲରାପତରିଆ ବାଘ ଯନ୍ତାରେ ପଡି ଗର୍ଜନ କରୁଛି l ଦାନ୍ତ କଡମଡ କରି ଆଖି ଦ୍ୱାରାଉଛି l ଏହି ବାଘଟି ଜଣେ ନାବlଳକକୁ ଘରୁ ଟାଣି ନେଇ ମାରି ଦେଇଥିବାବେଳେ ଜଣେ ଜଙ୍ଗଲରେ ମହିଳାଙ୍କୁ ମଧ୍ୟ ମାରି ଦେଇଥିଲା l ଏପରିକି ଆଉ ଜଣେ ଶନିବାର ନାବାଳକକୁ ଟେକି ନେଉଥିବାବେଳେ ଗାଁ ଲୋକେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ହେଲେ ସେହି ରାତିରେ ବନ ବିଭାଗ ଯନ୍ତା ଲଗାଇ ବାଘଟିକୁ ଧରିଥିଲା l ଏହାପରେ ବି ଆତଙ୍କ ଥମିବାରେ ନାଁ ନେଉନାହିଁ l ଆଉ ଏକ ବାଘ ଗାଁ ମୁହଁl ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି l ତେବେ ମଣିଷ ରକ୍ତ କାହା ମୁହଁରେ ଲାଗିଛି ତାକୁ ନେଇ ଏବେ ସନ୍ଦେହ ଉପୁଜିଛି l ଯନ୍ତାରେ ପଡିଥିବା ବାଘ ନା ଗାଁ ମୁହାଁ ହେଉଥିବା ବାଘ ବୁଲୁଥିବା ବାଘ ଟିକୁ ଧରିବା ପାଇଁ ଲୋକେ ଦାବି କରିଥିବାବେଳେ ବନ ବିଭାଗ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ କୁ ଗାଁ ବୁଲି ସଚେତନ କରୁଛନ୍ତି l ଖଡ଼ିଆଳ ବନ ବନ ଅଧିକାରୀ କହିଛନ୍ତି ଯେ ବୁଲୁଥିବା ବାଘ ଉପରେ ଆମେ କଡା ନଜର ରଖିଛୁ l ସୂଚନାଯୋଗ୍ୟ ଯେ କଟିଙ୍ଗପାଣିରେ ଡମ୍ୱରୁଧର ମାଝୀ ନାମକ 6 ବର୍ଷର ଶିଶୁକୁ ଗାଁ ଦାଣ୍ଡରୁ ଉଠାଇ ନେଇ ବାଘ ମାରି ଦେଇଥିଲା l ପରେ ସିଲିହାରୀବାହାରା ଗାଁ ର ରାମେଶ୍ରୀ ମାଝୀଙ୍କୁ ମଧ୍ୟ ଜଙ୍ଗଲରେ ମାରିଦେଇଥିଲା l ଦୁଇ ଜଣଙ୍କୁ ବାଘ ମାରିବା ପରେ ଲୋକେ ତାତି ଯାଇଥିଲେ ଓ ବାଘକୁ ମାରିଦେବେ ବୋଲି ଜିଦ ଧରିଥିଲେ l ତେଣୁ ବନ ବିଭାଗ ବାଘକୁ ଧରିବା ପାଇଁ ଯନ୍ତା ବସାଇଥିଲା ଓ କୌଶଳକ୍ରମେ ତାକୁ ଧରିଥିଲା l ଅନ୍ୟପକ୍ଷରେ ନୂଆପଡାରେ ଦୀର୍ଘଦିନ ହେବ ବାଘ ଆତଙ୍କ ଲାଗି ରହିଛି ଫଳରେ ଲୋକମାନେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି l ଅନ୍ୟ ଅନ୍ୟପକ୍ଷ୍ୟରେ ଗାଁରେ ବୁଲୁ ଥିବା ବାଘକୁ ଯଦି ତୁରନ୍ତ ଧାରାନଯାଏ ତେବେ ତାକୁ ବି ମାରିଦେବେ ବୋଲି ଧମକ ଦେବାପରେ ଉପଜ଼ିଲ୍ଲାପାଳ,ନୂଆପଡା ରେଞ୍ଜର, ବିଡ଼ିଓ ଓ ଜନପ୍ରତିନିଧି ଲୋକଙ୍କୁ ବୁଝାଇବାକୁ ପ୍ରଚେଷ୍ଠା ଚଳାଇଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






