।। ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସହରର ସମସ୍ୟାର ସମାଧାନ କେବେ ।।

Sep 21, 2024 - 17:06
 0  29
।। ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସହରର ସମସ୍ୟାର ସମାଧାନ କେବେ ।।

ଓଡ଼ିଶାର ସର୍ବବୃହତ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସର୍ବବୃହତ ସମାସ୍ୟା ଲାଗିରହିଛି । କଥାରେ ଅଛି ଗରୀବଙ୍କୁ ଦଇବ ସାହା ଏହା WN-10ଆମ୍ବ ବାଗାନ ସାହିରେ ଦେଖିବାକୁ ମିଳିଛି । ଏହି ବର୍ଷାଦିନରେ ରାତ୍ରୀରେ ନିଦ ହଜିଯାଏ, ଭଗବାନ ହିଁ ଭରଷାଥାନ୍ତି.। କାରଣ ଜରାଳି ଓ ସରଳି ନଦୀ ଆଡ଼ିକୁ ଜବରଦଖଲ ଦ୍ଵାରା ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି। ଫଳରେ ପାଣି ଚଲାପଥରେ ବ୍ୟାଘାତ ସୃଷ୍ଟି ହେଉଛି। ଏଥିପ୍ରତି ସରକାର ପଦକ୍ଷେପ ନେଲେ ଏହି ବିପଦରୁ ମୁକ୍ତି ପାଇବେ । ଏହି ବାସିନ୍ଦାମାନେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ଘର ଦ୍ଵାର କରି ରହିଛନ୍ତି।ମାତ୍ର ସରକାରଙ୍କ କିଛି ସୁବିଧାରୁ ବଞ୍ଚିତ ଅଛନ୍ତି। ଏମାନଙ୍କୁ ଆଗ ସରକାରରେ ସରକାରଙ୍କ ଜାଗା ମିଶନରେ ଅନୁସାରେ ଜମିପଟ୍ଟା ର ବ୍ୟବସ୍ଥା ହୋଇନାହିଁ। ଫଳରେ ବହୁତ କିଛି ମୌଳିକ ସୁବିଧାରୁ ଏ୍ରମାନେ ବଞ୍ଚିତ ହେଉଛନ୍ତି । ପିଲାମାନଙ୍କର ପାଠ ପଢ଼ାରେ ବା ଚାକିରୀ କ୍ଷେତ୍ରରେ ଆବଶ୍ୟକ ହେଉଥିବା,ବାସିନ୍ଦା ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ପାଇପାରୁନାହାନ୍ତି । ପୂର୍ବରୁ ଅଧିକାରୀମାନଙ୍କ ପ୍।ଖକୁ ଯାଇ ଯାଇ ହତାଶ ହୋଇଛନ୍ତି। ମାତ୍ର ବର୍ତ୍ତମାନର ଲୋକପ୍ରିୟ ସରକାରଙ୍କ ପାଖର ଏହି ଗରୀବ ଜମିହୀନ ପରିବାର ଗଣ ସେମାନଙ୍କ ଗୁହାରୀ ଜଣାଇଛନ୍ତି ।ଏହା ଯଥାଶୀଘ୍ର ମିଳିଲେ ଏହି ନିଃଶ ସହାୟ ଗରୀବ ପରିବାର ଉପକୃତ ହେବେ।

ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ