।। ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳତରଫରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ।।

Oct 16, 2024 - 17:24
 0  42
।। ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳତରଫରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ।।

ଆଜି ତା:୧୬ ଅକ୍ଟୋବର ରିଖ, ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମଦିନ ଉପଲକ୍ଷେ ବାରିପଦାସ୍ଥିତ ଷ୍ଟାଡିଅମ ସଭଗୃହରେ ରକ୍ତଦାନ ଶିବିରର ଆୟୋଜନ ଓଡିଶା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡିଙ୍କ ସଭାପତିତ୍ୱ ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତିଙ୍କ ପରିଚାଳନାରେ ପରିଚାଳିତ ହୋଇଯାଇଛି l ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ମହିଳା ବିଜେଡି ତରଫରୁ ବିଭିନ୍ନ ମନ୍ଦିରରେ ଦୀପଦାନ ଓ ପୂଜାର୍ଚନା କରିବାସହିତ ଯୁବ ସଭାପତି ଅରୁଣ ବରାଡ଼ ଓ ଛାତ୍ର ସଭାପତି ସୁନୀଲ ନାୟକଙ୍କ ନେତୃତ୍ୱରେ ଯୁବ ଛାତ୍ର ଙ୍କୁ ନେଇ ଅସହାୟ ମାନଙ୍କୁ ଫଳବିସ୍କୁଟ ଇତ୍ୟାଦି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ବିଜେଡିର ବରିଷ୍ଠ ନେତାନେତ୍ରୀଗଣ ମାନେ ଯଥାକ୍ରମେ ସର୍ବଶ୍ରୀ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲାପରିଷଦ ଅଧକ୍ଷା ଭାରତୀ ହାଁସଦା,ଶ୍ରୀନାଥ ସରେନ, ରାଜକିଶୋର ଦାସ, ପ୍ରୀତିନାନ୍ଦା କାନୁନଗୋ, ଗଣେଶ୍ୱର ପାତ୍ର, ଦୀପ୍ତିଲତା ମିଶ୍ର, ସୁବ୍ରମଣ୍ୟମ ମହାନ୍ତି, କମଳା ତିରିଆ, ସୁକୁମାର ରଞ୍ଜନ ପ୍ରଧାନ, ଅମର ସେଠି, ପ୍ରଭାତ ନାୟକ, ଶ୍ରାବଣୀ ଦାସ, ଜୋନ ମହାନ୍ତି, ସବିତା ବେହେରା, ଅନନ୍ତ ଦାସ, ଅନନ୍ତ ଜେନା, ଜୀତ ପଟ୍ଟନାୟକ, ଦେବାଶିଷ ପାତ୍ର, ତିମତ ମୁର୍ମୁ, ଅନୁରାଧା ମହାନ୍ତି, ନିରୋଜ ସାହୁ, ସରୋଜ ମହାପାତ୍ର, ଆଜାଦ ଗୋପ, ସରୋଜ ବୋଷ, ଲିଟନ ମହାପାତ୍ର , କୃଷ୍ଣ ଦାସ, ଶୈଳେନ୍ଦ୍ର ପାତ୍ର, ଦେବାଶିଷ ଦାସ, ସୁଧୀର ବାରିକ, ଧାନୀ ମୁର୍ମୁ, ଲଲାଟେନ୍ଦୁ ବେହେରା, ଆଶିଷ ଦାସ, ପପୁ ଏମ. ଏସ ପ୍ରମୁଖ ସକ୍ରିୟ ସହଯୋଗ କରିବା ସହିତ ରକ୍ତଦାନ କରିଥିଲେ l

 ବାରିପଦା-ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ