।। ମୋ ମୟୂରଭଞ୍ଜ ସଂଗଠନର ନୂତନ କର୍ମକର୍ତ୍ତାଙ୍କୁ ନେଇ କମିଟି ଘୋଷଣା:ପ୍ରଥମ ବୈଠକ ।।

Oct 15, 2024 - 18:02
 0  16
।। ମୋ ମୟୂରଭଞ୍ଜ ସଂଗଠନର ନୂତନ କର୍ମକର୍ତ୍ତାଙ୍କୁ ନେଇ କମିଟି ଘୋଷଣା:ପ୍ରଥମ ବୈଠକ ।।

ବାରିପଦା:୧୫/୧୦/୨୪: ବାରିପଦା ସ୍ଥିତ ରୋଟାରୀ କ୍ଲବ ପରିସରରେ,ଅପରାହ୍ନ ୧୨.୩୦ମି: ସମୟରେ ଧର୍ମପଦ ସିଂଙ୍କ ଆହ୍ବାନ କ୍ରମେ "ମୋ ମୟୂରଭଞ୍ଜ"ସଂଗଠନ କୁ ବିଧିବଦ୍ଧ ଭାବେ ଅନୁମୋଦନ କରାଯାଇଛି।ଏଇ ସଂଗଠନର ମୂଳ ଲକ୍ଷ୍ୟ ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ରହିବା ସହିତ ସମାଜରେ ଲୋକମାନଙ୍କର ହକ୍ ପାଇଁ ଲଢିବା, ଦୂର୍ନୀତି ଭ୍ରଷ୍ଟାଚାର ରୁ ସମାଜକୁ ମୁକ୍ତ ରଖିବା,ସମାଜର ସବୁ ଶ୍ରେଣୀ ଓ ବର୍ଗର ଲୋକଙ୍କ ମଙ୍ଗଳ ପାଇଁ ଅବିରତ ପ୍ରୟାସ ଜାରି ରଖିବା ଏବଂ ସବୁଠାରୁ ବଡ଼ ଓ ମୁଖ୍ୟ କଥାଟି ହେଲା ଯେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା "ମୋ ମୟୂରଭଞ୍ଜ" ର ମୂଳଲକ୍ଷ୍ୟ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏଇ ବୈଠକରେ "ମୋ ମୟୂରଭଞ୍ଜ"ର ଜିଲ୍ଲା ସଭାପତି ଧର୍ମପଦ ସିଂ, ଉପସଭାପତି ଜୟକୃଷ୍ଣ ସାହୁ, ସମ୍ପାଦକ ରଞ୍ଜନ କୁମାର ସିଂ, ସହ ସମ୍ପାଦକ ବିଶ୍ଵନାଥ ମୁର୍ମୁ,ଉପଦେଷ୍ଟା ଆଇନଜୀବୀ ପ୍ରଭୁଦାନ ମାର୍ଣ୍ଡି,ଅନିଲ୍ କୁମାର ସିଂ,ପୁଥର୍ ମୋହନ୍ ସିଂ, ସତ୍ୟବାନ୍ ସିଂ, ଆଇନଜୀବୀ ମୋନଜ୍ କୁମାର ମହାନ୍ତ ପ୍ରମୁଖଙ୍କ ସମେତ୍ ବାରିପଦା ଟାଉନ୍ ସଭାପତି ଦୀପକ୍ କୁମାର ସିଂ, ବାଙ୍ଗିରିପୋଷି ବ୍ଲକ୍ ସଭାପତି ସନ୍ତୋଷ କୁମାର ସିଂ,ଖୁଣ୍ଟା ବ୍ଲକ୍ ସଭାପତି ଦୁଃଖୀଶ୍ଯାମ୍ ସୋରେନ୍,ଶ୍ଯାମାଖୁଣ୍ଟା ବ୍ଲକ୍ ସଭାପତି ବଣ୍ଟି ସିଂ ଓ କୁଳିଅଁଣା ବ୍ଲକ୍ ସଭାପତି ବିଶ୍ବନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ସର୍ବ ସମ୍ମତି କ୍ରମେ ଉକ୍ତ କମିଟି ଘୋଷଣା କରାଯିବା ପରେ ସଂଘର ସଦସ୍ୟମାନେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଜିଲ୍ଲା ସଭାପତି ଧର୍ମପଦ ସିଂଙ୍କ ସହିତ ବ୍ଯାପକ ଆଲୋଚନା ପର୍ଯାଲୋଚନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ