ମେଘାସନୀ ମହୋତ୍ସବ-୨୦୨୬ ଉଦଘାଟିତ

Feb 8, 2026 - 06:11
 0  2
ମେଘାସନୀ ମହୋତ୍ସବ-୨୦୨୬ ଉଦଘାଟିତ

ବାରିପଦା,.....: “ମେଘାସନୀ ମହୋତ୍ସବ-୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଗତକାଲି ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଯୋଗ ଦେଇ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଯୋଗୁଁ ମହିଳା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ନିଜ ଅଭିଭାଷଣରେ ମତ ରଖିଛନ୍ତି । ମାତ୍ର ବର୍ଷକୁ ୨ଟି କିସ୍ତିରେ ଦଶ ହଜାର ଟଙ୍କା ଏହା କେତେମାତ୍ରାରେ ଆର୍ଥିକ ସହାୟତା ହିସାବରେ ମହିଳା ବା ନାରୀ ଶକ୍ତି କୁ ଆଗକୁ ଆଗେଇନେବାରେ ସହାୟକ ହେବ ଏହାକୁ ନେଇ ଆରୋପ ଏବଂ ଚର୍ଚ୍ଚା ଜୋର ଧରିଛି। କାରଣ ଇଲେକସନ ସମୟରେ ଦେଇଥିବା ପ୍ରତିଶୃତି ସରକାର ରଖିପାରିଲେ ନାହିଁ,ଏହାଯୋଗୁଁ ଆମ ମାଆ ଭଉଣୀମାନେ ସ୍ୱାବଲମ୍ବୀ ହୋଇପାରିବେ କି ନାହିଁ .ଏହାକୁ ନେଇ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବରୁଣ ଗୁଣ୍ଠୁପାଲୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଙ୍କ ସୁଦର ସାହିତ୍ୟିକ ଛଦ ସାଙ୍ଗକୁ ସୁନ୍ଦର ଅଭିଭାଷଣ ରେ ଏହି ମଞ୍ଚ ରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଥିଲା ଏବଂ ତାଙ୍କ ଏହି ମଞ୍ଚ ପରିଚାଳନା ର ଦକ୍ଷତା ସବୁ ମହଲରେ ପ୍ରସଂଶ ନିୟ ଓ ଉଚ୍ଚ କଟିର ଥିଲା, ଏବଂ ଏହି ଶୁଭ ସଂଧ୍ୟ। ରେ ଏକ ଭାବପୂର୍ଣ୍ଣ ପରିବେଶ ସହିତ ମାଧୁର୍ଯ୍ୟତାର ସୌଧ ଗଡିଉଠିଥିଲା। ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ୍ ଏହି ମହୋତ୍ସବ ଦ୍ୱାରା “ଏକ ଜିଲ୍ଲା ଏକ ଉତ୍ପାଦ” କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସୂଚନା ଦେଇଛନ୍ତି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ କରିବା ଏହି ମେଳାର ଉଦ୍ଦେଶ୍ୟ,ମାତ୍ରଏହା କେତେ ମାତ୍ରାରେ ସଫଳତା ଆଣିବ,'I। ଆଜିର ଏହି ଉଦଘାଟନୀ ସମାରୋହରେ ସାନ୍ତାଳୀ ଗାୟିକା କଳ୍ପନା ହାଁସଦାଙ୍କ ସୁମଧୁର ସଂଗୀତରେ ଦର୍ଶକଗଣ ମତୁଆଲା ହୋଇଛନ୍ତି । ଏହି ଅବସରରେ ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି ନିଜ ଚିରା ଚରିତ ଢଙ୍ଗରେ ହୃଦୟ ଛୁଆଁ ଓଡ଼ିଆ ସଂଗୀତ ଗାନ କରିଥିଲେ। କଳା, ସଂଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ଆଜିର ସଂଧ୍ୟାରେ ଦେଖିବାକୁ ମିଳିଛି । ସେହିପରି ପ୍ରତିଦିନ ମେଳାର ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଓ ଦ୍ୱିତୀୟ ସଂଧ୍ୟ।ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଦର୍ଶକଙ୍କ ସଂଖ୍ୟା ବହୁତ କମ ଥିଲା, କେବଳଅତିଥିଙ୍କ ଭିଡ଼ ଜମିଥିଲା କହିଲେ କିଛି ଭୁଲ ହେବ ନାହିଁ।ସୁତରାଂ ସରକାରଙ୍କର ଏ ମେଳାବାବଦକୁ ଯେଉଁ ଉଚ୍ଚମାନର ବଜେଟ କେଉଁ କ୍ଷେତ୍ରରେ କେତେମାତ୍ରାର ଅର୍ଥ ଖର୍ଚ୍ଚ ହେଉ ଛି ଏହାକୁ ନେଇ ବୃଦ୍ଧିଜୀବି ମହଲରେ ଚର୍ଚ୍ଚ। ଏବଂ ଅଙ୍କକସା ଚାଲିଛି। ସତରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଯିବନି ତ, ସମୟ ହିଁ କହିବ ଏହାର ଲକ୍ଷ୍ୟ ଓ ସଫଳତା,କେତେ ମାତ୍ରାରେ ମହିଳା ବା ନାରୀ ଶକ୍ତିକୁ ସ୍ବାବଲମ୍ବି କରିପାରିବ।ରେ ସଫଳତା ଆଣିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଖବନ୍ଧୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ ସୋରେନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଶୁଭାଶିଷ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସୁଭଦ୍ରା ଶକ୍ତି) ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଓରମାସ୍ ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିକାଶ ରଞ୍ଜନ ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ