ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାରିପଦା ତା 31/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ମୟୂରଭଞ୍ଜରେ ପ୍ରଥମ ଥର ଓଡିଶା ଗ୍ରାମୀଣ ବ୍ୟାଙ୍କ ବାରିପଦା ଏବଂ ଯଶିପୁର ଅଞ୍ଚଳର ମିଳିତ ପ୍ରୟାସରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଡିଶା ଗ୍ରାମୀଣ ବ୍ୟାଙ୍କର ମହା ପ୍ରବନ୍ଧକ ସତ୍ୟବତୀ ସାହୁ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡଃ. ଦୟାସିନ୍ଧୁ ପରିଡା, ନାବାର୍ଡର ଉନ୍ନୟନ ପରିଚାଳକ ସ୍ମାରକ କୁମାର ମହାନ୍ତି, ଏଲଡିଏମ ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇ କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ମାଧ୍ୟମରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କୃଷି ବିଭାଗର କିଷାନ କ୍ରେଡିଟ କାର୍ଡ ହିତାଧିକାରୀ ମାନଙ୍କୁ 201କୋଟିର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ଏହି ଅବସରରେ ଅତିଥିବୃନ୍ଦ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ସ୍ୱରୂପ ଚେକ ପ୍ରଦାନ କରିଥିଲେ ଏବଂ ଶ୍ରେଷ୍ଠ ବ୍ୟାଙ୍କ ମିତ୍ର ମାନକୁଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ. ଓଡିଶା ଗ୍ରାମୀଣ ବ୍ୟାଙ୍କର ବାରିପଦା ଆଞ୍ଚଳିକ ପ୍ରବନ୍ଧକ କବିତା ଜ୍ୟୋତିଷୀ ଏବଂ ଯଶିପୁର ଆଞ୍ଚଳିକ ପ୍ରବନ୍ଧକ ବିରଜା ପ୍ରସାଦ କର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0