ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଦାବିପତ୍ର ପ୍ରଦାନ

Sep 14, 2024 - 17:08
 0  19
ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଦାବିପତ୍ର ପ୍ରଦାନ

ମୁନିଗୁଡା,୧୩/୯ରାୟଗଡା ଜିଲ୍ଲା ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଏକ ଦାବିପତ୍ର ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ପ୍ରଦାନ କରାଯାଇଛି l ଆସନ୍ତା ୧୫ ତାରିଖରୁ ଦୁର୍ଗ ଠାରୁ ବିଶାଖାପାଟଣାକୁ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ମୁନିଗୁଡା ରେଳ ଷ୍ଟେସନ ଠାରେ ରହଣିକୁ ନେଇ ଶୁକ୍ରବାର ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ଏକ ଦାବିପତ୍ର ଷ୍ଟେସନ ମେନେଜରଙ୍କ ଜରିଆରେ ରେଳ ବିଭାଗ ବୋର୍ଡ ଦିଲ୍ଲୀ,ଡିଭିଜନ ରେଳବାଇ ମେନେଜର ସମ୍ବଲପୁର, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଗଲା l ଉକ୍ତ ଦାବିପତ୍ରରେ ମୁନିଗୁଡା ଜିଲ୍ଲାର ଏକ ସ୍ୱତନ୍ତ୍ର ବ୍ୟବସାୟୀ ପେଣ୍ଠସ୍ଥଳୀ ସହ କେସିଙ୍ଗା ଓ ରାୟଗଡା ଷ୍ଟେସନର ଏକ ଅତିଆବଶ୍ୟକ ମୁନିଗୁଡା ରେଳ ଷ୍ଟେସନ ଉପରେ ରାୟଗଡା ଜିଲ୍ଲାର ଅନେକ ଗ୍ରାମ ଓ ପଡୋଶୀ କନ୍ଧମାଳ,କଳାହାଣ୍ଡି ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀର ବହୁ କର୍ମଚାରୀ ନିର୍ଭର କରୁଛନ୍ତି l ଏଥିସହ ମୁନିଗୁଡାରେ ଏହି ଟ୍ରେନର ରହଣି ବ୍ୟବସ୍ଥା ହେଲେ ରୋଗୀ ମାନେ ସୁବିଧାରେ ବିଶାଖାପାଟଣା ମେଡିକାଲକୁ ଯାଇ ଚିକିତ୍ସା କରାଇ ପାରିବେ l ସେହିପରି ଶତାଧିକ ବ୍ୟବସାୟୀ ରାୟପୁରକୁ ଯାଇ ବ୍ୟବସାୟୀ କରିପାରିବେ l ତେଣୁ ମୁନିଗୁଡା ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ରହଣି ବ୍ୟବସ୍ଥା କରାଯାଉ ବୋଲି ଉଲ୍ଲେଖ ରହିଛି l ଉକ୍ତ ଟ୍ରେନ ରହଣି ଦାବିକୁ ନେଇ ମୁନିଗୁଡା ମାର୍ଚେଣ୍ଟ ଆସୋସିଏସନ, ବିଷମକଟକ ନାଗରିକ ମଞ୍ଚ, ଅମ୍ବାଦଳା ବିକାଶ ମଞ୍ଚ ସହ ବିଭିନ୍ନ ସଙ୍ଗଠନ ତରଫରୁ ସମର୍ଥନ ଜଣାଇଛନ୍ତି l ଉକ୍ତ ଦାବିପତ୍ର ପ୍ରଦାନ ବେଳେ ପ୍ରଗତି ମଞ୍ଚର ଉପ ସଭାପତି ରାଜୀବ ଲୋଚନ ଦାସ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ଦଳାଇ, କୋଷାଧକ୍ଷ ନନ୍ଦ କିଶୋର ପଟ୍ଟନାୟକ, ଲାଡି ଶଙ୍କର ରାଓ, ପ୍ରଦୀପ କୁମାର ପରିଛା,ପ୍ରଭାତ ପାଣିଗ୍ରାହୀ,ପି.ବାଲାଜୀ ପାତ୍ର,ସୁଦାମ ପଣ୍ଡା, ନରେଶ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ