ମୁନିଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା ୧୨ଟି ଏଲିଡି ଟିଭି ସହ ଅନ୍ୟ ଚୋରି ଜିନିଷ ଜବତ, ୧୦ ଗିରଫ

Aug 30, 2024 - 20:32
 0  43
ମୁନିଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା  ୧୨ଟି ଏଲିଡି ଟିଭି ସହ ଅନ୍ୟ ଚୋରି ଜିନିଷ ଜବତ, ୧୦ ଗିରଫ

ମୁନିଗୁଡ଼ା ନିଉଜ୍ - ରାୟଗଡ଼ା ଜିଲ୍ଲା ମୁନିଗୁଡା, ୩୦/୮ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଏଲିଡି ଓ ଇନ୍ ଭେଟର ଚୋରି ରାକେଟ୍ କୁ ଧରିବାରେ ସଫଳ ହୋଇଛି ମୁନିଗୁଡା ପୋଲିସ । ସେମାନଙ୍କ ଠାରୁ ୧୨ଟି ବଡ ଏଲିଡି,୫ଟି ବ୍ୟାଟରୀ ଓ ୮ଟି ଇନଭଟର, ଗୋଟିଏ କାର ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନେ ମୁନିଗୁଡା, ବିଷମକଟକ ଓ ଅମ୍ବାଦଳା ଥାନା ଅଞ୍ଚଳର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରୁ ଚୋରିକରି ଏହାକୁ କମ୍ ଦାମ୍ ରେ ବିକ୍ରି କରୁଥିଲେ । ଏହି ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରୁ ଅଭିଯୋଗ ପାଇବା ପରେ ପୋଲିସ୍ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉକରି ଏହି ଚୋରି ରାକେଟ୍ ରେ ସପୃକ୍ତ ଥିବା ୮ଜଣ ଓ ଚୋରି ଜିନିଷ କିଣିଥିବାରୁ ୨ଜଣ ସମୁଦାୟ ୧୦ ଜଣଙ୍କୁ ଗିରଫ୍ କରିଥିବା ସାମ୍ବାଦିକ ସମ୍ମିଳନୀରେ ବିଷମକଟକ ଏସଡିପିଓ ସୂଚନା ଦେଇଛନ୍ତି। ଏହି ଚୋରି ମାମଲାରେ ପାଜିବାଲି ଗ୍ରାମର ଚନ୍ରକାନ୍ତ କାଡ୍ରାକା (୨୦), ଲକ୍ଷ୍ମୀକାନ୍ତ ହିକକା(୨୨), ଜିବକ କୃଷିକା (୧୯), ଉମାକାନ୍ତ ହିଆଲ(୨୧), ଇଶ୍ବର ନିମାଲପୁରୀ (୧୯), ଭୁରୁଷିଖମାର ଗ୍ରାମର ଦୁଷ୍ମନ୍ତ ବିଷୋଇ(୧୯), ଛୋଡରଙ୍ଗ ଗ୍ରାମର ବିଜୁ କୁଶୁଲିଆ(୨୦), କୋଟାଦ୍ବାର ଗ୍ରାମର ଅଶୋକ ହରିଜନ, ଛେଳିଆନାଳ ଗ୍ରାମର ମଣ୍ଟୁ ମହାନନ୍ଦିଆ(୨୨) ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଗ୍ରାମର ଡମ୍ବୁରୁ ମାଝୀ(୨୫) ଙ୍କୁ ଗିରଫ୍ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ଜିନିଷ ପତ୍ର ଜବତ କରିବା ସହ ମୁନିଗୁଡା କେଶ ନମ୍ବର ୧୬୮/୨୦୨୪ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ