ମୁଖିଗୁଡ଼ା ଉପର ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଶ୍ୱତ ଅନ୍ଧାର ଘରରେ

Dec 7, 2024 - 19:45
 0  122
ମୁଖିଗୁଡ଼ା ଉପର ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଶ୍ୱତ ଅନ୍ଧାର ଘରରେ

ତା:-୦୭/୧୨/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ମୁଖିଗୁଡ଼ା ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଅଧୀନରେ ଚାଲୁଥିବା ପ୍ରାଥମିକ ବିଦ୍ୟାଳୟ ର ପରିସର ମଦ ବତଳରେ ଭରପୁର ହୋଇଯାଇଛି, କୁନି କୁନି ଛାତ୍ରଛାତ୍ରୀ ମାନେ ଯେଉଁମାନେ କି ଭବିଶ୍ୱତ ର ମେରୁଦଣ୍ଡ , ସେମାନେ ଯେଉଁ ପରିସ୍ଥିତି ପରିବେଶ ରେ ପଡ଼ୁଛନ୍ତି , ଯେଉଁ ଦୃଶ୍ୟ କୁ ଦେଖିଲେ ସତରେ ଆମେ ୭୭ ବର୍ଷ ଗଣତନ୍ତ୍ର ଶାସନ ଭିତରେ ରହି ଆସୁଛୁ କି ବୋଲି ଆମ୍ବ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ । ନା ଅଛି ପାଚେରୀ ନା ଅଛି ସ୍ବଚ୍ଛତା ,ସବୁ ଜାଗାରେ ପଡ଼ି ରହିଛି ମଦ ବତଳର ଶିଶା , ଏହା ଦେଖି ଅନୁମାନ ହେଉଛି ଯେ ଛାତ୍ରଛତ୍ରୀମାନେ କିଭଳି ପରିବେଶରେ ଅଧ୍ୟୟନ କରିଆସୁଛନ୍ତି । ମୁଖିଗୁଡ଼ା ଯାହାକି ବିଶ୍ଵ ପ୍ରସିଦ୍ଧ ରେ ନାମିତ, ଏହି ମୁଖିଗୁଡ଼ା ରୁ ବିଦ୍ୟୁତ୍ ବିତରଣ କରି କୋଟି କୋଟି ଟଙ୍କା ଉପାର୍ଜନ କରି ଆସୁଛି ,ହେଲେ ନା ଅଛି ଶିକ୍ଷା ବ୍ୟବସ୍ଥା ନା ଅଛି ସ୍ବାସ୍ଥ୍ୟ ବ୍ୟବସ୍ଥା , ଅବ୍ୟବସ୍ଥା ରେ ଚାଲିଆସିଛି ଏହି ପ୍ରାଥମିକ ବିଦ୍ୟାଳୟ , ବିଦ୍ୟାଳୟ ପରିଚୟ ନିଜେ ମାଗୁଛି ସରକାର ଏବଂ ପ୍ରଶାସନ କୁ ହେ ସରକାର ହେ ପ୍ରଶାସନ ସତରେ ମୁଁ ଗୋଟିଏ ବିଦ୍ୟାଳୟ , ସତରେ ମୁଁ କୁନି କୁନି ଛାତ୍ରଛାତ୍ରୀ ଙ୍କ ଭବିଶ୍ୱତ୍ କୁ ଉଜ୍ଜ୍ୱଳ କରିପାରିବି ,ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଛାତ୍ରଛତ୍ରୀମାନେ ଆକୁଳ ନିବେଦନ କରୁଛନ୍ତି ସରକାର ଏବଂ ପ୍ରଶାସନ କୁ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଏବଂ ସ୍ବଚ୍ଛତା କୁ ଆଣି ଦିଅନ୍ତୁ ଯାହା ଫଳରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଶ୍ୱତ୍ ଉଜ୍ଜ୍ୱଳ ହେଇପାରିବ , ନ୍ୟୁଜ୍ ପ୍ରସାରଣ ପରେ ଚିରୋନିଦ୍ରାରେ ସୋଇଥିବା ପ୍ରଶାସନ କେବେ ଚେଇଁ ଉଠିବ ଏବଂ ଛାତ୍ରଛତ୍ରୀମାନଙ୍କ ଭାବିଶ୍ଵତ କୁ ଆଶା ଏବଂ କିରଣ ବିକିରଣ କରିବ ତାହା ଦେଖିବାକୁ ବାକି ରହିଲା ।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ