ମିଷ୍ଟର ଏସିଆ ଆଉ ମିଷ୍ଟର ୱାର୍ଲଡ ବଡ଼ିବିଲଡିଂ ପ୍ରତିଯୋଗୀତା ରେ ଭାରତ ପାଇଁ ଖେଳିବେ ଗୌଶିକ ଫିଟନେସପାର୍କ ର ଶଶାଙ୍କ

Jun 6, 2025 - 21:18
 0  25
ମିଷ୍ଟର ଏସିଆ ଆଉ ମିଷ୍ଟର ୱାର୍ଲଡ ବଡ଼ିବିଲଡିଂ ପ୍ରତିଯୋଗୀତା ରେ ଭାରତ ପାଇଁ ଖେଳିବେ ଗୌଶିକ ଫିଟନେସପାର୍କ ର ଶଶାଙ୍କ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୬.୦୬.୨୦୨୫ ରିଖ: ନବରଙ୍ଗପୁର ସଦରମହକୁମା ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମର ସଦସ୍ୟ ଶଶାଙ୍କ ଶେଖର ସାହୁ ରାଜ୍ୟସ୍ତରରେ ଏବଂ ଜାତୀୟ ସ୍ତରରେ ପଦକ ହାସଲ କରିବା ପରେ ଏବେ ପୁଣି ଆନ୍ତର୍ଜାତୀୟ ସ୍ତର ର ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଅଲ ଇଣ୍ଡିଆ ବୋଡି ବିଲଡିଙ୍ଗ ଫେଡେରେସନ ତରଫରୁ ସ୍ୱୀକୃତି ପାଇଛନ୍ତି ! ଏହା ସମଗ୍ର ଜିଲ୍ଲା ଏବଂ ରାଜ୍ୟ ପାଇଁ ଏକ ଗର୍ବ ଏବଂ ଗୌରବ ର ବିଷୟ ! ସୂଚନା ଯୋଗ୍ୟ ଯେ ଜୁନ ୨ ଏବଂ ୩ ତାରିଖ , ଦୁଇ ଦିନ ଧରି ପୁନେ ରେ ଆୟୋଜିତ ହୋଇଥିବା ଟ୍ରାଏଲ ରେ ଓଡିଶା ତରଫରୁ ୧୦ ଜଣ ପ୍ରତିଯୋଗୀ ଷ୍ଟେଟ ବୋଲିବିଲଡିଙ୍ଗ ଏସୋସିଏସନ ପକ୍ଷରୁ ଭାଗ ନେଇଥିଲେ, ସେହି ପ୍ରତିଯୋଗୀତାରେ ଶଶାଙ୍କ ଙ୍କ ସହ ଆଉ ୩ ଜଣ ପ୍ରତିଯୋଗୀ ଆଗାମୀ ଏସିଆ ଏବଂ ୱାର୍ଲଡ ପ୍ରତିଯୋଗୀତାରେ ଭାରତ ପକ୍ଷରୁ କୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ଏଥି ସମେତ ନବରଙ୍ଗପୁର ଜିଲ୍ଲା ପାଇଁ ଆଉ ଏକ ଗର୍ବର ବିଷୟ ଯେ ଓଡିଶା ଦଳର ମ୍ୟାନେଜର ଭାବେ ଗୌଶିକ ଫିଟନେସ ପାର୍କ ଜିମ ର ମୁଖ୍ୟ ତଥା ଶଶାଙ୍କ ଙ୍କ କୋଚ ଶ୍ରୀ ରୋମିଓ ପାତ୍ର ସୁଚାରୁ ରୂପେ ନିଜ ଦାଇତ୍ୱ ସମ୍ପାଦନା କରିଥିଲେ ! ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡାବିତ୍ ଏବଂ କ୍ରୀଡ଼ାପ୍ରେମୀ ଖୁସି ପ୍ରକଟ କରିଛନ୍ତି ! ସୂଚନା ଯୋଗ୍ୟ ଯେ ଗୁରୁ ରୋମିଓ ପାତ୍ର ଏବଂ ଶିଷ୍ୟ ଶଶାଙ୍କଙ୍କ ଯୋଡି ଏଥି ପୂର୍ବରୁ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିସାରିଛନ୍ତି ! ଏହି ଯୋଡି ଆସନ୍ତା ଅଗଷ୍ଟ ମାସ ରେ ବେଙ୍କକ ରେ ହେବାକୁ ଥିବା ମିଷ୍ଟର ଏସିଆ ଏବଂ ନଭେମ୍ବର ରେ ଇଣ୍ଡୋନେସିଆ ହେବାକୁ ଥିବା ମିଷ୍ଟର ୱାର୍ଲଡ ପ୍ରତିଯୋଗୀତାରେ ପଦକ ହାତେଇବା ଲକ୍ଷରେ ବିଦେଶ ଯାତ୍ରା କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି ! ନିଜ ପ୍ରତିକ୍ରିୟାରେ ଶ୍ରୀ ଶଶାଙ୍କ କହିଛନ୍ତି ଯେ ଗୁରୁ ଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୌଶିକ ଫିଟନେସ ପାର୍କ ଜିମ ରେ ଦିନ କୁ ଆଠ ଘଣ୍ଟା ର କଠିନ ପରିଶ୍ରମ କରୁଛନ୍ତି ! ଗୁରୁ ଶିଷ୍ୟ ଙ୍କ ଯୋଡି ଆଗାମୀ ଦିନରେ ଅନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଦେଶ ନିଶ୍ଚୟ ପାଇଁ ଗୌରବ ଆଣିବେ ବୋଲି ଜିଲ୍ଲା ବାସୀ ଆଶାବାଦୀ ଅଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ