।। ମାଳିଗାଁ ଠାରେ ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ।।

Feb 18, 2024 - 20:13
 0  9
।।  ମାଳିଗାଁ ଠାରେ ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମାଳିଗାଁ ପଞ୍ଚାୟତ ଠାରେ ଅନୁଷ୍ଠିତ "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ଫୁଲମତୀ ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ଳକ ପ୍ରତିନିଧି ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ନୋଡାଲ ଅଫିସର ଶ୍ରୀ ଦେବେନ୍ଦ୍ର କୁମାର ମହାନନ୍ଦ, ସ୍ଥାନୀୟ ସମିତି ସଭ୍ଯ ବଳଦେବ ଗୌଡ, ଶ୍ରୀ ଗଣେଷ ନାଏକ,ବଂଶଧର ନାଏକ ପ୍ରକାଶ ଚନ୍ଦ୍ର ନାଏକ ସମେତ୍ ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ। ଆମ ଓଡିଶା ନବୀନ ଓଡିଶାର ସଚେତନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଉପରେ ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ଜନତାଙ୍କୁ ଅବଗତ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଜଗନ୍ନାଥ ଦଣ୍ତସେନା ଆୟୋଜନ କରିଥିବା ବେଳେ ଯୋଗାଣ ସହାୟୀକା ଶ୍ରୀମତୀ ସୁଜତା ନାଏକ ଓ ପଞ୍ଚାୟତର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଚେତନତା ମୁଳକ ନାଟକ ଓ ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା। ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ଶିବିରରେ ବ୍ଳକରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭାଗ ମଧ୍ୟରୁ ଉଦ୍ଯାନ ବିଭାଗ ଷ୍ଟଲ, ଅଙ୍ଗନବାଡି ଷ୍ଟଲ, ଏସ,ଏଚ,ଜି ଷ୍ଟଲ, ପ୍ରାଣୀ ସମ୍ପଦ ବିଭାଗ ଷ୍ଟଲ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ ବାକି ଅନୁପସ୍ଥିତ ହୋଇଥିଲେ l କିଛି ଷ୍ଟଲ ଖଳା ଯାଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। ମଞ୍ଚ କୁ ଶିକ୍ଷକ ଶ୍ରୀ ଚିତ୍ରସେନ ନାଏକ ପରିଚାଳନା କରିଥିବା ବେଳେ ପୋଲିସ ପ୍ରଶାନ ଓ ଯୁବଗୋଷ୍ଠୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ