ମାଲ୍ୟବନ୍ତ ମହୋତ୍ସବ ନେଇ ଖାଦ୍ୟ ଯୋଗାଣ କମିଟି ବୈଠକ ଅନୁଷ୍ଠିତ

Dec 3, 2025 - 21:09
 0  16
ମାଲ୍ୟବନ୍ତ ମହୋତ୍ସବ ନେଇ ଖାଦ୍ୟ ଯୋଗାଣ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି, ୩/୧୨/୨୫: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ଙ୍କ ଏଫଏଲସି ହଲ୍ ଠାରେ ଖାଦ୍ୟ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଙ୍କ ଅଧ୍ୟକ୍ଷତା ରେ ଖାଦ୍ୟ ଯୋଗାଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବରେ କିଭଳି ସୁରୁଖୁରରେ ପ୍ରତି ବର୍ଷ ଭଳି ଖାଦ୍ୟ ଯୋଗାଇ ଦିଆଯିବ ସେଥି ନିମନ୍ତେ ବୈଠକରେ ମିଲର ମାନଙ୍କ ସହ ଆଲୋଚନା କରାଯାଇଛି। ପ୍ରତ୍ୟେକ ଦିନ ଖାଇବା ସ୍ଥାନ ରେ ସଫେଇ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ନିର୍ବାହୀ ଅଧିକାରୀ ଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସକାଳ, ମଧ୍ୟାହ୍ନ ଓ ରାତ୍ରୀ ରେ କଣ ଖାଦ୍ୟ ପରଷା ଯିବ ତାହା ନିଷ୍ପତ୍ତି ନିଆଯାଇଛି। ଏଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ କୁ ମିଲର ସଂଘ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଦସ୍ୟ ଦେବ ପ୍ରସାଦ ଦାସ, ଶିବ ପ୍ରସାଦ କିର୍ତ୍ତନିଆ ଓ ଖାଦ୍ୟ ଯୋଗାଣ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ